ନୂଆଦିଲ୍ଲୀ: ଏନ୍ଟିପିସି ଗ୍ରୁପ୍ ଚଳିତ ଆର୍ଥିକବର୍ଷର ଦ୍ବିତୀୟ ତ୍ରୟମାସ ଏବଂ ପ୍ରଥମ ଅର୍ଦ୍ଧବାର୍ଷିକ ଆର୍ଥିକ ଫଳାଫଳ ଆଜି ଘୋଷଣା କରିଛି। ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଏନ୍ଟିପିସି ଲିମିଟେଡ ଏକକ ଭାବେ ୮୧୧୯୯ କୋଟି ଟଙ୍କା ଆୟ କରିଛି। ଗତ ଆର୍ଥିକବର୍ଷର ପ୍ରଥମାର୍ଦ୍ଧରେ ଏହା ୮୨୫୩୭ କୋଟି ଟଙ୍କା ରହିଥିଲା। ତେବେ ଟିକସ ପରବର୍ତ୍ତୀ ଲାଭ ଏହି ସମୟ ମଧ୍ୟରେ ୭୯୫୧ କୋଟି ଟଙ୍କା ରହିଛି ଯାହା ଗତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ୭୦୪୮ କୋଟି ଟଙ୍କା ରହିଥିଲା। କିନ୍ତୁ ସଂଗଠିତ ଭିତ୍ତିରେ ଏନ୍ଟିପିସିର ମୋଟ ଆୟ ଆର୍ଥିକବର୍ଷର ପ୍ରଥମାର୍ଦ୍ଧରେ ୮୮୭୭୫ କୋଟି ଟଙ୍କା ରହିଛି, ଯାହାକି ଗତ ଆର୍ଥିକବର୍ଷରେ ୮୮୨୪୨ କୋଟି ଟଙ୍କା ରହିଥିଲା। ଟିକସ ପରବର୍ତ୍ତୀ ଲାଭରେ ୩୦% ବୃଦ୍ଧି ଘଟି ୯୬୩୪ କୋଟିରେ ପହଞ୍ଚିଛି। ନିର୍ଦ୍ଦେଶକ ମଣ୍ଡଳୀ ଚଳିତ ଆର୍ଥିକବର୍ଷ ପାଇଁ ୨୨.୫ ପ୍ରତିଶତର ପ୍ରଥମ ଅନ୍ତରୀଣ ଲାଭାଂଶ ଘୋଷଣା କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp