ଇକ୍ବିଟି ନିବେଶକଙ୍କ ସଂଖ୍ୟା ୭ କୋଟି ଟପିଲା

ମୁମ୍ବାଇ : ଦେଶରେ ଇକ୍ବିଟି ନିବେଶକଙ୍କ ସଂଖ୍ୟା ୭ କୋଟିରୁ ଅଧିକ ହୋଇଛି। ଏଥି ସହିତ ଇକ୍ବିଟି ବଜାର ପୁଞ୍ଜି (ମାର୍କେଟ୍‌ କ୍ୟାପିଟାଲାଇଜେସନ୍‌) ପ୍ରଥମ ଥର ଲାଗି ୩ ଲକ୍ଷ କୋଟି ଡଲାରରୁ ଅଧିକ ହୋଇଛି। ଏହି ଦୁଇ ପ୍ରମୁଖ ମାଇଲଖୁଣ୍ଟ୍‌ର ଉତ୍ସବ ପାଳନ କରିବା ଲାଗି ବମ୍ବେ ‌ଷ୍ଟକ ଏକ୍ସଚେଞ୍ଜ୍‌ (ବିଏସ୍‌ଇ) ତରଫରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେଥିରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡର ପୂର୍ଣ୍ଣକାଳୀନ ନିର୍ଦେଶକ ଜି ମହାଲିଙ୍ଗମ, ବିଏସ୍‌ଇର ଏମ୍‌ଡି ଓ ସିଇଓ ଆଶିଷ ଚୌହ୍ବାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର