ନୂଆଦିଲ୍ଲୀ: ଗାଡ଼ି ଚାଳକଙ୍କ ପାଇଁ ଖୁସିଖବର। ଏଣିକି ଗାଡ଼ି କିଣିବା ପରେ ନମ୍ବର ପାଇଁ ଆଉ ବେଶି ଧାଁ ଦଉଡ କରିବାକୁ ପଡିବ ନାହିଁ। କାରଣ ଗାଡି ନିର୍ମାଣମାରୀ କମ୍ପାନୀ ଖୁବ୍‌ ଶୀଘ୍ର ନମ୍ବର ଲାଗିଥିବା ଗାଡ଼ି ବଜାରକୁ ଛାଡିବେ। ଏପରିକି ନମ୍ବର ପ୍ଲେଟର ଦାମ ଗାଡିର ଦାମ ସହ ଏକାଥରକେ ନିଆଯିବ। ଏନେଇ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି। ଗାଡିରେ ଲାଗୁଥିବା ନମ୍ବର ପ୍ଲେଟ ଏବେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଏଜେନ୍‌ସି ଠାରୁ କିଣାଯାଉଛି। ତେଣୁ ଦେଶରେ ଗୋଟିଏ ପ୍ରକାର ନମ୍ବର ପ୍ଲେଟ ଲଗାଇବା ପାଇଁ ଏଭଳି ନିଷ୍ପତି ନିଆଯାଇଛି। ଏହାଦ୍ୱାରା ଲୋକଙ୍କୁ ମଧ୍ୟ ନମ୍ବର ପ୍ଲେଟ ପାଇଁ ଆଉ ଦୌଡିବାକୁ ପଡିବ ନାହିଁ।

Advertisment

publive-image

ଗଡକରୀ କହିଛନ୍ତି ଆମେ ଏକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତି ନେଇକ୍ତୁ। ନିଷ୍ପତି ଅନୁଯାୟୀ, କାର ନିର୍ମାଣକାରୀ କମ୍ପାନୀ ଏବେ ଗାଡି ସହ ନମ୍ବର ପ୍ଲେଟ ଲଗାଇ ବିକ୍ରି କରିବେ। ଗାଡି କିଣିବା ପରେ ଗ୍ରାହକ ମାନେ ମେସିନ ସାହଯ୍ୟରେ କେବଳ ନମ୍ବର ଲେଖିବେ। ତେବେ ଏଥିପାଇଁ ଗ୍ରାହକଙ୍କୁ ଅଧିକ ପଇସା ଦେବାକୁ ପଡିବନି। ଏବେ ବଜାରକୁ ବିକ୍ରି ହେବାକୁ ଆସୁଥିବା କାରରେ ନମ୍ବର ପ୍ଲେଟ ରହୁନାହିଁ। କାର କିଣିବା ପରେ ମାଲିକଙ୍କୁ ନମ୍ବର ପ୍ଲେଟ ଲଗାଇବାକୁ ପଡିଥାଏ। ସାଧାରଣତଃ ପ୍ରତ୍ୟେକ ରାଜ୍ୟରେ ନମ୍ବର ପ୍ଲେଟ କି ଲାଇସେନ୍‌ସ ପ୍ଲେଟ ଜିଲ୍ଲାସ୍ତରୀୟ ଆରଟିଓ ଦ୍ୱାରା ଜାରି କରାଯାଇଥାଏ। ସେ କହିଛନ୍ତି, ରାଜ୍ୟ ଦ୍ୱାରା କିଣାଯାଉଥିବା ନମ୍ବର ପ୍ଳେଟର ମୂଲ୍ୟ ୮୦୦ ଟଙ୍କାରୁ ଆରମ୍ଭ ହୋଇ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ଗୋଟିଏ ପ୍ରକାର ନମ୍ବର ପ୍ଲେଟ ଜାରି କରିବାକୁ ନିଷ୍ପତି ନେଇଛନ୍ତି ଗଡକରୀ।

publive-image

ଏହାଛଡା ସଡ଼କ ଦୁର୍ଘଟଣା ରୋକିବାକୁ ମଧ୍ୟ ସରକାର ଏକ ନୂଆ ପଦକ୍ଷେପ ଆଣୁଛନ୍ତି ବୋଲି କହିଛନ୍ତି ଗଡକରୀ। ଏଥିପାଇଁ ସବୁ ଗାଡି ର୍ନିମାତା କମ୍ପାନୀକୁ ସିକ୍ୟୁରିଟି ଫିଚର୍ସରେ ପରିବର୍ତ୍ତନ ଆଣିବାକୁ କୁହାଯାଇଛି। ଏହାଦ୍ୱାରା ଗାଡିର ବେଗ ୮୦ କିଲୋମିଟର ଛୁଇଁଲା ମାତ୍ରେ ଆଲାର୍ମ ବାଜି ଉଠିବ। ଯେତେବେଳ ଯାଏଁ ଗାଡ଼ି ୮୦ କିଲୋମିଟର ବେଗରୁ କମ ହୋଇନାହିଁ ସେତେବେଳେ ଯାଏଁ ଆଲାର୍ମ ବାଜିବ। ଫଳରେ ରାସ୍ତାରେ ଯାଉଥିବା ଗାଡ଼ି ଚାଳକ ସତର୍କ ହେବା ସହ ଗାଡ଼ି ଚଳାଉଥିବା ବ୍ୟକ୍ତି ମଧ୍ୟ ସତର୍କ ହେବ।