ନୁଭୋକୋ ତିଆରି କଲା ସାଇକେଲ୍ ଟ୍ରାକ୍

ଭୁବନେଶ୍ବର: ନୁଭୋକୋ ତରଫରୁ ଭୁବନେଶ୍ବରର ବାଣୀବିହାର ଛକ ଠାରୁ ମାଷ୍ଟର୍‌ କ୍ୟାଣ୍ଟିନ୍ ପର୍ଯ୍ୟନ୍ତ ଏବଂ ଫରେଷ୍ଟ ପାର୍କର ଉଭୟ ପାର୍ଶ୍ବରେ ୧୦ କିମି ରାସ୍ତାରେ ସାଇକଲ୍ ଟ୍ରାକ୍ ତିଆରି କରାଯାଇଛି। ଏଥିପାଇଁ କଂପାନି ଆର୍ଟିଷ୍ଟ କୋର୍ସକୁ ବ୍ୟବହାର କରିଛି। କଙ୍କ୍ରିଟ୍ ଟ୍ରାକ୍‌ରେ ଷ୍ଟେନ୍‌ସିଲ୍‌କୁ ବ୍ୟବହାର କରି ସାଇକେଲ୍‌ର ସଙ୍କେତ ମଧ୍ୟ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ନୁଭୋକୋ ତରଫରୁ ୫୭ ହଜାର ବର୍ଗଫୁଟରେ ଆର୍ଟିଷ୍ଟ୍‌ କୋର୍ସକୁ ବ୍ୟବହାର କରାଯାଇଛି ବୋଲି କଂପାନିର ଆର୍‌ଏମ୍‌ଏକ୍ସ ମୁଖ୍ୟ ପ୍ରଶାନ୍ତ ଝା କହିଛନ୍ତି।

ସମ୍ବନ୍ଧିତ ଖବର