ଓଏଏସ୍ ପରୀକ୍ଷାରେ ବାଜିରାଓ ଆଇଏଏସ୍ର ସଫଳତା
ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା – ୨୦୧୬ ରେ ବାଜିରାଓ ଆଇଏଏସ୍ ଏକାଡ଼େମିର ଛାତ୍ରୀ ସୁଶ୍ରୀ ଚିନ୍ମୟୀ ଚେତନା ଦାସ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଶ୍ରୀ ସନ୍ତକ୍ ଜେନା ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି । ଏହି ପରୀକ୍ଷାରେ ମୋଟ ୧୪୫ ଜଣ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଥିବା ବେଳେ ବାଜିରାଓ ଆଇଏଏସ୍ ଏକାଡ଼େମିରୁ ଅତିକମ୍ରେ ଶତକଡ଼ା ୬୦ ଉତ୍ତୀର୍ଣ୍ଣ ହୋଇଛନ୍ତି। ତନ୍ମଧ୍ୟରେ ର୍ୟାଙ୍କ୍-୧, ର୍ୟାଙ୍କ୍-୫, ର୍ୟାଙ୍କ୍-୨୫, ର୍ୟାଙ୍କ୍-୪୧, ର୍ୟାଙ୍କ୍-୫୦, ର୍ୟାଙ୍କ୍-୭୮, ର୍ୟାଙ୍କ୍-୮୦, ର୍ୟାଙ୍କ୍-୯୪, ର୍ୟାଙ୍କ୍-୯୫ ଏବଂ ର୍ୟାଙ୍କ୍-୧୨୯ ଏବଂ ଆହୁରି ଅନେକ ଅଛନ୍ତି। ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଏବଂ ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ଶୁଭ୍ରାଂଶୁ ଶେଖର ଓଝା ଏବଂ କର୍ମଚାରୀମାନଙ୍କର ସହଯୋଗୁ ଯୋଗୁଁ ଏହି ସଫଳତା ମିଳିଥିବା ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି।