ଭୋଡାଫୋନ୍ ସିଇଓଙ୍କ ଇସ୍ତଫା

ନୂଆଦିଲ୍ଲୀ : ବ୍ରିଟେନ୍‌ର ଟେଲିକମ୍ କଂପାନି ଭୋଡାଫୋନ୍‌ର ସିଇଓ ନିକ୍ ରିଡ୍‌ ଚଳିତ ବର୍ଷ ‌ଶେଷ ସୁଦ୍ଧା ଇସ୍ତଫା ଦେବେ। ତାଙ୍କ ସ୍ଥାନରେ ବିତ୍ତ ନିର୍ଦେଶିକା ମାର୍ଗାରିଟା ଡେଲା ‌ଭାଲେ କଂପାନିର ଦେଖାଶୁଣା କରିବେ। ନିକ୍ ୨୦୧୮ ଅକ୍ଟୋବରରେ କଂପାନିର ସିଇଓ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଭୋଡାଫୋନ୍‌ର ଭାଗ୍ୟ ବଦଳାଇବା ଲାଗି ସେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାହାର ସୁଫଳ ମିଳିନଥିଲା। ଭାରତରେ ମଧ୍ୟ ଭୋଡାଫୋନ୍ ଆଇଡିଆ ପ୍ରତିଦ୍ବନ୍ଦ୍ବିତାରେ ପଛରେ ରହିଛି।

ସମ୍ବନ୍ଧିତ ଖବର