ଭୁବନେଶ୍ବର: ଭାରତରେ ଲୋକମାନେ ଦିନକୁ ୩ ଘଂଟା ୪୮ ମିନିଟ୍ ଟିଭି ଦେଖୁଥିବା ବେଳେ ଓଡ଼ିଶାର ଲୋକମାନେ ଦିନକୁ ୩ ଘଂଟା ୩୬ ମିନିଟ୍ ଟିଭି ଦେଖନ୍ତି। ଓଡ଼ିଆ ଲୋକମାନେ ସିରିଏଲ୍ ଅଧିକ ଅଧିକ ଭଲ ପାଆନ୍ତି। ୪୨% ଦର୍ଶକ ଧାରାବାହିକ (ସିରିଏଲ୍) ଦେଖୁଛନ୍ତି ବୋଲି ବ୍ରୋଡକାଷ୍ଟ୍ ଅଡିଏନ୍ସ ରିସର୍ଚ କାଉନ୍ସିଲ୍ (ବାର୍କ)ର ସିଇଓ ଏହି ତଥ୍ୟ ଜାରି କରିଛନ୍ତି। ସେ କହିଛନ୍ତି ଯେ, ଭାରତରେ ପ୍ରତିଦିନ ୩୦ କୋଟି ଲୋକ କୌଣସି ନା କୌଣସି ମନୋରଂଜନ ଚ୍ୟାନେଲ୍କୁ ଟିଭିରେ ଦେଖନ୍ତି। ଓଡ଼ିଶାରେ ୧୧ ନିୟୁତ ଲୋକ ଏଭଳି କାମ କରନ୍ତି। ଦେଶର ୯୩.୨% ଲୋକ ସପ୍ତାହକୁ ନିଶ୍ଚିତ ଟିଭି ଦେଖନ୍ତି। ଦେଶର ଦୁଇ ତୃତୀୟାଂଶ ଅଂଚଳରେ ଟିଭି ପହଂଚିଛି। ଓଡ଼ିଶାରେ ଟିଭି ସାନ୍ଧ୍ରତା ହେଉଛି ୬୫%। ଓଡ଼ିଶା ପାଖରେ ଟିଭି ପରିମାଣ ବଢ଼ାଇବାର ବିପୁଳ ସୁଯୋଗ ରହିଛି ବୋଲି ସେ କହିଛନ୍ତି। ଟିଭି ସଂଖ୍ୟା ବଢ଼ିଲେ ମିଡିଆ ଓ ମନୋରଂଜନ ଶିଳ୍ପର ପରିମାଣ ଆପେ ବଢ଼ିପାରିବ ବୋଲି ସେ କହିଛନ୍ତି। ସେ କହିଲେ, ବିଦ୍ୟୁତ ଶକ୍ତି ସଂଯୋଗ ବଢ଼ିବା, ଲୋକମାନଙ୍କ ଆୟରେ ବୃଦ୍ଧି ଓ ଟିଭି ବିଷୟବସ୍ତୁ ପରିମାଣ ବଢ଼ୁଥିବାରୁ ଓଡ଼ିଶାର ମିଡିଆ ଓ ମନୋରଂଜନ ଶିଳ୍ପକୁ ଆଗକୁ ବଢ଼ାଇବାରେ ତାହା ସହାୟକ ହେବ। ଓଡ଼ିଆରେ ସିନେମା କିମ୍ବା ଅନ୍ୟାନ୍ୟ ବିଷୟବସ୍ତୁ ନିର୍ମାଣରେ ଯଥେଷ୍ଟ ଉନ୍ନତି ହୋଇଛି। ଏକ୍ଷେତ୍ରରେ ଦୁଇ ବର୍ଷ ଭିତରେ ୬୫% ବୃଦ୍ଧି ହୋଇଛି। ଗୁଜୁରାଟ ଏଭଳି ଅଭିବୃଦ୍ଧିରେ ଏକ ନମ୍ବର ସ୍ଥାନରେ ଥିବା ବେଳେ ଓଡ଼ିଶା ପଂଚମ ସ୍ଥାନରେ ରହିଛି। ଭୋଜପୁରୀ ଠାରୁ ଏହା ଆଗରେ ରହିଛି। ରାଜ୍ୟରେ ଟିଭି ମାଲିକାନାରେ ଅଭିବୃଦ୍ଧି ମଧ୍ୟ ଜାତୀୟ ହାର ଠାରୁ ଅଧିକ ରହିଛି। ଜାତୀୟ ହାର ୭.୫% ଥିବା ବେଳେ ଓଡ଼ିଶାରେ ତାହା ୧୨% ଭଳି ଉଚ୍ଚ ସ୍ତରରେ ରହିଛି। ଓଡ଼ିା ବିଷୟବସ୍ତୁ ଦେଖିବାରେ ବାର୍ଷିକ ୭୫% ବୃଦ୍ଧି ହେଉଛି ଯାହା ଜାତୀୟ ହାର ୬୬%ରୁ ଅଧିକ ବୋଲି ସେ କହିଛନ୍ତି।
ଓଡ଼ିଆ ଦର୍ଶକଙ୍କ ପସନ୍ଦ ଧାରାବାହିକ
/sambad/media/post_attachments/wp-content/uploads/2018/11/barc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)