ଓଡ଼ିଆ ପୁଅ ଉପରେ ଦେଶର ଅର୍ଥନୀତି ଭରସା

ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଏକ ବର୍ଷ ପୂରଣ କରିଛନ୍ତି। ଏହି ସମୟ ଭିତରେ ଦେଶର ଅର୍ଥନୀତିକୁ ଆଗକୁ ବଢ଼ାଇବା ଲାଗି ତାଙ୍କ ଦ୍ବାରା ଯାହା ସମ୍ଭବ ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି ଶକ୍ତିକାନ୍ତ। ରେପୋ ହାରରେ କ୍ରମାଗତ ପାଞ୍ଚ ଥରରେ ୧.୩୫% ହ୍ରାସ କରିଥିଲେ। ଏହା ପଛର ଉଦ୍ଦେଶ୍ୟ ଥିଲା କମ୍ ସୁଧରେ ଲୋକମାନଙ୍କ ପାଖରେ ଋଣ ପହଞ୍ଚାଇ ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ବରାନ୍ବିତ କରିବା। ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ଥିବା ବଳକା ଟଙ୍କା ସରକାରଙ୍କୁ ହସ୍ତାନ୍ତର କରିବା କ୍ଷେତ୍ରରେ ମଧ୍ୟ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହା ବ୍ୟତୀତ ପିସିଏ ଅଧୀନରେ ଥିବା ୧୨ଟି ବ୍ୟାଙ୍କର ସ୍ଥିତି ସୁଧାରିବା ଲାଗି ସେ ପଦକ୍ଷେପ ନେଇଥିଲେ। ତେବେ ଆଇଏଲ୍‌ ଆଣ୍ଡ୍‌ ଏଫ୍‌ଏସ୍‌ ସଙ୍କଟ, ପିଏମ୍‌ସି ବ୍ୟାଙ୍କରେ ସଙ୍କଟ ରିଜର୍ଭ ବ୍ୟାଙ୍କର ସମସ୍ୟା ବଢ଼ାଇଥିଲା। ଘରୋଇ ବ୍ୟାଙ୍କଗୁଡ଼ିକର ସିଇଓଙ୍କ ଅବସର ବୟସ ସୀମା ଧାର୍ଯ୍ୟ କରି ସେ ଚର୍ଚ୍ଚା ସୃଷ୍ଟି କରିଥିଲେ। ରେପୋ ହାର ସହ ଋଣ ସୁଧ ହାର ଯୋଡ଼ିବାକୁ ବ୍ୟାଙ୍କଗୁଡ଼ିକୁ ଶକ୍ତିକାନ୍ତ ଦାସ ବାଧ୍ୟ କରି ସଫଳ ହୋଇଥିଲେ। ଚଳିତ ବର୍ଷ ସେ ଏନ୍‌ଇଏଫ୍‌ଟିରେ ଫଣ୍ଡ୍‌ ଟ୍ରାନ୍ସଫରକୁ ୨୪ ଘଣ୍ଟା ଉପଲବ୍ଧ କରାଇବାର ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର