ଭୁବନେଶ୍ବର: ଭୁବନେଶ୍ବରରେ କାର୍ଯ୍ୟରତ କେନ୍ଦ୍ରୀୟ କ୍ରେଡାଇର ଏକ ପ୍ରାଧିକୃତ ସଂସ୍ଥା କ୍ରେଡାଇ ଭୁବନେଶ୍ବରର ଅଧିକାଂଶ ଅଗ୍ରଣୀ ଡେଭଲପର ଏବଂ ହିତାଧିକାରୀମାନେ ଆସୋସିଏସନ୍ରେ ଅନୈତିକ ଅପରେଟରମାନଙ୍କୁ ହଟାଇବା ଦିଗରେ କେନ୍ଦ୍ରୀୟ କ୍ରେଡାଇର ନିରୁତ୍ସାହନଜ ମନୋଭାବ ଏବଂ ରେରା ପଞ୍ଜୀକୃତ ହୋଇ ନଥିବା ବିଲଡରମାନଙ୍କୁ ଅଧ୍ୟ ଆସୋସିଏସନରେ ରଖିବା ନିଷ୍ପତ୍ତି ବିରୋଧରେ ସ୍ବର ଉତ୍ତୋଳନ କରି ସ୍ବଇଚ୍ଛାରେ ମିଳିତଭାବେ ଓହରିଯାଇ ଓଡ଼ିଶା ଡେଭଲପର୍ସ ଫେଡେରେସନ ‘ଓଡ଼ିଫେଡ୍’ ଗଠନ କରିଛନ୍ତି।
ଆଜି ଏହାର ଶୁଭାରମ୍ଭ କରାଯାଇଛି। ହୋଟେଲ ସ୍ୟାଣ୍ଡି ଟାୱାରରେ ଆୟୋଜିତ ସମାରୋହରେ ଫେଡେରେସନର ଅଫିସିଆଲ୍ ଲୋଗୋ ଉନ୍ମୋଚିତ ହୋଇଛି। ଏହି ଅବସରରେ ନୂଆ ପରିଚାଳନା ପରିଷଦ ଘୋଷଣା କରାଯାଇଛି। ପ୍ରଦୀପ୍ତ କୁମାର ବିଶ୍ବାସରାୟ ଏହାର ସଭାପତି ହୋଇଥିବାବେଳେ ଉମେଶ ପଟ୍ଟନାୟକ ସମ୍ପାଦକ ହୋଇଛନ୍ତି। ସେହିଭଳି ସୂର୍ଯ୍ୟକାନ୍ତ ନନ୍ଦ ଉପସଭାପତି, ଜିତେନ୍ଦ୍ର କୁମାର ପାତ୍ର ଯୁଗ୍ମ ସମ୍ପାଦକ, ସତ୍ୟଜ୍ୟୋତି ମହାନ୍ତି ଯୁଗ୍ମ ସମ୍ପାଦକ ଏବଂ କୋଷାଧ୍ୟକ୍ଷ ସିଦ୍ଧାର୍ଥ ମହାପାତ୍ର ହୋଇଛନ୍ତି। ଓଡ଼ିଶା ଦ୍ରୁତ ସହରୀକରଣ ଏବଂ ପୁଞ୍ଜି ବିନିଯୋଗ ପାଇଁ ପ୍ରସ୍ତୁତ ହେଉଥିବାରୁ ଓଡିଫେଡ୍ ଏହାର ଭବିଷ୍ୟତ ରିଅଲ୍ ଇଷ୍ଟେଟ ଦୃଶ୍ୟପଟ ଗଠନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଓଡିଫେଡ୍ ରାଜ୍ୟରେ ରିଅଲ ଇଷ୍ଟେଟ ଡେଭଲପର୍ସମାନଙ୍କ ପାଇଁ ଏକ ସାମୂହିକ ସ୍ବର ଭାବେ କାର୍ଯ୍ୟ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/13/dadadadazcv-2025-09-13-02-34-16.jpg)