ଓଡ଼ିଶା ହରାଇଲା ସାଢ଼େ ତିନି ଲକ୍ଷ ମୋବାଇଲ୍ ଗ୍ରାହକ

ଭୁବନେଶ୍ବର: ଗତ ଏପ୍ରିଲ୍‌ରେ ଓଡ଼ିଶା ସାଢ଼େ ତିନି ଲକ୍ଷ ‌ମୋବାଇଲ୍ ଗ୍ରାହକଙ୍କୁ ହରାଇଛି। ଗତ ମାର୍ଚରେ ରାଜ୍ୟରେ ୩ କୋଟି ୨୬ ଲକ୍ଷରୁ ଅଧିକ ମୋବାଇଲ୍‌ ଗ୍ରାହକ ଥିଲେ। ଏପ୍ରିଲ୍ ଶେଷ ସୁଦ୍ଧା ସେମାନଙ୍କ ସଂଖ୍ୟା ୩ ଲକ୍ଷ ୪୭ ହଜାର ହ୍ରାସ ପାଇ ୩ କୋଟି ୨୩ ଲକ୍ଷ ପାଖାପାଖି ଖସି ଆସିଛି। ରିଲାଏନ୍ସ ଜିଓ ଓ ବିଏସ୍‌ଏନ୍‌ଏଲ୍‌କୁ ବାଦ ଦେଲେ ଅନ୍ୟ ସବୁ କଂପାନି ନିଜ ନିଜର ଗ୍ରାହକ ହରାଇଛନ୍ତି। ମାସିକ ସର୍ବନିମ୍ନ ରିଚାର୍ଜ ପ୍ଲାନ୍ କାର୍ଯ୍ୟକାରୀ ହେବା ପରେ କିଛି କଂପାନି ଗ୍ରାହକ ହରାଇଥିବା ଅନୁମାନ କରାଯାଉଛି। ଭୋଡାଫୋନ୍ ଆଇଡିଆ ସର୍ବାଧିକ ୪ ଲକ୍ଷ ୩୧ ହଜାରରୁ ଅଧିକ ମୋବାଇଲ୍‌ ଗ୍ରାହକ ହରାଇଛି। ଏହା ବ୍ୟତୀତ ଏୟାରଟେଲ୍‌ ୧ ଲକ୍ଷ ୨୬ ହଜାର ଓ ଟାଟା ଟେଲି ୧ ଲକ୍ଷ ୫ ହଜାର ଗ୍ରାହକଙ୍କୁ ହରାଇଛି।

ସମ୍ବନ୍ଧିତ ଖବର