ନୂଆଦିଲ୍ଲୀ : ଆୟକର ଛାଡ଼ ସୁବିଧା ପ୍ରଦାନ କରିବା ଲାଗି ରାଜ୍ୟର ୯,୩୦୪ଟି ଦାତବ୍ୟ ସଂସ୍ଥା ଦାବି କରିଥିଲେ। ୨୦୧୪ରୁ ୨୦୧୮ ମଧ୍ୟରେ ଏହି ସଂସ୍ଥାଗୁଡ଼ିକ ଟିକସରେ ଏହି ସୁବିଧା ଦାବି କରିଥିଲେ ବୋଲି ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)ଙ୍କ ରିପୋର୍ଟରୁ ଜଣାପଡ଼ିଛି। ଚଳିତ ସପ୍ତାହରେ ଏହି ରିପୋର୍ଟ ସଂସଦରେ ଉପସ୍ଥାପନ କରାଯାଇଛି। ୨୦୧୪-୧୫ ଆର୍ଥିକ ବର୍ଷରେ ୨,୦୫୯ ଓ ୨୦୧୫-୧୬ରେ ୨,୨୨୭ଟି ଦାତବ୍ୟ ଅନୁଷ୍ଠାନ ଆୟକର ଛାଡ଼ ଦାବ କରିଥିଲେ। ସେହିପରି ୨୦୧୬-୧୭ରେ ୨,୫୪୯ ଓ ୨୦୧୭-୧୮ରେ ୨,୪୬୯ଟି ସଂସ୍ଥା ଆୟକର ଛାଡ଼ ଦାବି କରିଥିଲେ ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ ରହିଛି। ରିପୋର୍ଟରେ ଉଲ୍ଲେଖ ରହିଛି ଯେ ଆଲୋଚ୍ୟ ଚାରି ବର୍ଷରେ ଓଡିଶାର ୯ଟି ଦାତବ୍ୟ ଅନୁଷ୍ଠାନ ରିଟର୍ଣ୍ଣ ଫାଇଲ କରିନଥିଲେ। ଓଡିଶାର ୨୭୬ ମାମଲାରେ ଦାତବ୍ୟ ଅନୁଷ୍ଠାନଗୁଡିକ ଧାରା ୧୨ଏଏ ପଞ୍ଜୀକରଣ ନ କରି ୩୫୨.୦ କୋଟି ଟଙ୍କା ଆୟକର ଛାଡ ଦାବି କରିଥିଲେ।
ଓଡ଼ିଶାର ୯,୩୦୪ ଦାତବ୍ୟ ଅନୁଷ୍ଠାନ ଆୟକର ଛାଡ଼ ଦାବି କରିଥିଲେ: ସିଏଜି
/sambad/media/post_attachments/wp-content/uploads/2021/11/cag-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)