ନୂଆଦିଲ୍ଲୀ : ଓଡ଼ିଶାରେ ମାର୍ଚ୍ଚ ମାସରେ ପ୍ରାୟ ୧.୧ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଡ଼ି ହୋଇଛନ୍ତି। ଚଳିତବର୍ଷ ଫେବ୍ରୁଆରିରେ ରାଜ୍ୟରେ ୩ କୋଟି ୩୧ ଲକ୍ଷ ୫୮ ହଜାର ୯୫୨ ଜଣ ମୋବାଇଲ ଫୋନ ଗ୍ରାହକ ରହିଥିଲେ। କିନ୍ତୁ ମାର୍ଚ୍ଚରେ ଏମାନଙ୍କ ସଂଖ୍ୟା ୩ କୋଟି ୩୦ ଲକ୍ଷ ୪୯ ହଜାର ୪୭୧କୁ ବୃଦ୍ଧି ପାଇଛି। ଭାରତୀୟ ଦୂରସଂଚାର ନିୟାମକ ଆୟୋଗ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ତଥ୍ୟରୁ ଏହା ଜଣାପଡ଼ିଛି। ମାର୍ଚ୍ଚରେ ନୂଆ ଗ୍ରାହକ ଯୋଡ଼ିବା କ୍ଷେତ୍ରରେ ରିଲାଏନ୍ସ ଜିଓ ସବୁଠୁ ଆଗରେ ରହିଛି। ରିଲାଏନ୍ସ ୯୬୯୫୨ ଜଣ ନୂଆ ଗ୍ରାହକ ଯୋଡ଼ିଥିବାବେଳେ ଏହା ପଛକୁ ଏୟାରଟେଲ ୧୯୮୪୭ ଜଣ ଗ୍ରାହକ ନିଜ ନେଟୱର୍କରେ ସାମିଲ କରିଛି। ବିଏସଏନଏଲ ୮୪୭ ଜଣ ନୂଆ ଗ୍ରାହକ ଯୋଡ଼ିଥିବାବେଳେ ଭୋଡାଫୋନ ଆଇଡିଆ ୮୧୬୫ ଜଣ ଗ୍ରାହକ ମାର୍ଚ୍ଚ ମାସରେ ହରାଇଛି।
/sambad/media/post_attachments/wp-content/uploads/2023/05/phhh-300x164.jpg)
ଦେଶରେ ମୋବାଇଲ ଟେଲିଫୋନ ଗ୍ରାହକଙ୍କ ସଂଖ୍ୟା ମାର୍ଚ୍ଚ ମାସରେ ୧୧୪.୩୯୩ କୋଟିକୁ ବୃଦ୍ଧି ପାଇଛି। ଫଳରେ ଦେଶରେ ପ୍ରତି ୧୦୦ ଜଣରେ ୮୨.୪୬ ଜଣ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି। ମାର୍ଚ୍ଚରେ ଏହି ସଂଖ୍ୟା ୮୨.୩୮ ରହିଥିଲା। କିନ୍ତୁ ଲ୍ୟାଣ୍ଡଲାଇନକୁ ମିଶାଇଲେ ଦେଶରେ ମୋଟ ଟେଲି ସାନ୍ଦ୍ରତା ୮୪.୫୧ ପ୍ରତିଶତକୁ ବୃଦ୍ଧି ପାଇଛି। ଫେବ୍ରୁଆରିରେ ଏହା ୮୪.୪୦ ପ୍ରତିଶତ ରହିଥିଲା। ତେବେ ଟେଲି ସାନ୍ଦ୍ରତା କ୍ଷେତ୍ରରେ ଓଡ଼ିଶା ଏବେ ବି ଜାତୀୟ ହାରଠାରୁ ପଛରେ ରହିଛି। ଓଡ଼ିଶାରେ ପ୍ରତି ୧୦୦ ଜଣରେ ୭୫.୭୪ ଜଣଙ୍କ ପାଖରେ ମୋବାଇଲ ଫୋନ ରହିଛି। ଓଡ଼ିଶା ତଳେ ବିହାର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଏବଂ ଆସାମ ରହିଛନ୍ତି। ତେବେ ଟେଲି ସାନ୍ଦ୍ରତା କ୍ଷେତ୍ରରେ ଦିଲ୍ଲୀ ସବୁଠୁ ଆଗରେ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/mobile.jpg)