ଭୁବନେଶ୍ବର: ଭାରତୀୟ ହୋଟେଲ୍ ସଂଘ (ଏଚ୍ଏଆଇ) ପକ୍ଷରୁ ଏହାର ପ୍ରଥମ ରାଜ୍ୟ ଶାଖା ଭାବେ ଓଡ଼ିଶା ଶାଖା ଆରମ୍ଭ କରାଯାଇଛି। ଏହି ଅବସରରେ ସଂଘର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟମାନେ ପର୍ଯ୍ୟଟନ ଭବନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ଓଡ଼ିଶାକୁ ଅଧିକ ହୋଟେଲ୍ ଆସିବା ଆଶା କରାଯାଉଛି ବୋଲି ଶ୍ରୀମତୀ ପରିଡ଼ା ଆଶା ପ୍ରକଟ କରିଛନ୍ତି। କାର୍ଯ୍ୟନିର୍ବାହୀ କମିଟି ସଦସ୍ୟଙ୍କ ମଧ୍ୟରେ ରାଡିସନ୍ ହୋଟେଲ୍ର ଦକ୍ଷିଣ ଏସିଆ ସଭାପତି କେ ବି କଚ୍ରୁ, ଦି ଇଣ୍ଡିଆନ୍ ହୋଟେଲ୍ସ କମ୍ପାନିର ଉପସଭାପତି ରୋହିତ ଖୋସ୍ଲା, ଏକ୍ସ ଅଫିସିଓ ସଦସ୍ୟ ଏମ୍ ପି ବେଜବରୁଆ, ଇଆଇଏଚ୍ର ସିଇଓ ବିକ୍ରମ ଓବରଏ, ସରୋବର ହୋଟେଲ୍ର ଏମ୍ଡି ଅଜୟ ବକୟା ଓ ଇଆଇଏଚ୍ର ସଭାପତି ଆର୍ ଶଙ୍କର ଓ ସ୍ବସ୍ତି ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ ଜେ କେ ମହାନ୍ତି ଉପସ୍ଥିତ ଥିଲେ। ଶ୍ରୀ ମହାନ୍ତି ଶାଖାର ଅବୈତନିକ ସଚିବ ରହିଛନ୍ତି। ଓଡ଼ିଶା ଶାଖା ରାଜ୍ୟ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ରହି ପର୍ଯ୍ୟଟନ ଓ ଆତିଥେୟତାର ପ୍ରସାର ଲାଗି କାର୍ଯ୍ୟ କରିବ। ଶାଖା ଏହାର କାର୍ଯ୍ୟ ପରିସରକୁ ସାରା ରାଜ୍ୟକୁ ସମ୍ପ୍ରସାରଣ କରିବା ଯୋଜନା ରଖିଛି।
ଭାରତୀୟ ହୋଟେଲ୍ ସଂଘର ଓଡ଼ିଶା ଶାଖା ଆରମ୍ଭ
ଭାରତୀୟ ହୋଟେଲ୍ ସଂଘ (ଏଚ୍ଏଆଇ) ପକ୍ଷରୁ ଏହାର ପ୍ରଥମ ରାଜ୍ୟ ଶାଖା ଭାବେ ଓଡ଼ିଶା ଶାଖା ଆରମ୍ଭ କରାଯାଇଛି। ଏହି ଅବସରରେ ସଂଘର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟମାନେ ପର୍ଯ୍ୟଟନ ଭବନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି।