ତପନ ଚାନ୍ଦଙ୍କୁ ଓଡ଼ିଶା ବିସନେସ୍ ଲିଡରସିପ ଆୱାର୍ଡ

ଭୁବନେଶ୍ବର: ପ୍ରତ୍ୟେକ ରାଜ୍ୟର ବିକାଶରେ କିଛି ବ୍ୟବସାୟୀଙ୍କ ହାତ ରହିଥାଏ । ଯେଉଁମାନେ ନିଜ ବ୍ୟକ୍ତିଗତ ସଫଳତାଠାରୁ ସମାଜକଲ୍ୟାଣ କାମରେ ନିଜକୁ ଅଧିକ ନିୟୋଜିତ କରିଥାନ୍ତି । ସେମିତି ବ୍ୟକ୍ତିତ୍ୟଙ୍କ କାମକୁ ଚିହ୍ନି ତାଙ୍କୁ ସମ୍ମାନୀତ କରିବାକୁ ନ୍ୟୁଜ ୧୮ ଓଡିଆ ଏକ ବଡ ପ୍ଲାଟଫର୍ମ ସୃଷ୍ଟି କରିଛି । ଓଡିଶାର ଅଭିବୃଦ୍ଧି ତଥା ପ୍ରଗତି କ୍ଷେତ୍ରରେ ସାମିଲ ଥିବା ବ୍ୟକ୍ତିତ୍ୟଙ୍କୁ ସମ୍ନାନିତ କରିବା ପାଇଁ ଏହା ପ୍ରଥମ ଉଦଘାଟନୀ ଉତ୍ସବ ।

ଏହି ଉତ୍ସବରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ, ସୂଚନା ଓ ପ୍ରଯୁକ୍ତି ବିଭାଗ ସଚିବ ମନୋଜ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଅନେକ ନାମାଙ୍କନ ମଧ୍ୟରୁ କିଛି ବ୍ୟକ୍ତି ବିଶେଷଙ୍କୁ ଚୟନ କରାଯାଇଥିଲା । ଯେଉଁମାନଙ୍କ ରାଜ୍ୟ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ତେବେ ଏଭଳି ଅବଦାନ ପାଇଁ ତପନ ଚାନ୍ଦଙ୍କୁ ସମ୍ମାନୀତ କରାଯାଇଛି । ସେ ପୂର୍ବରୁ ନାଲକୋର ସିଏମଡି ଭାବେ କାର୍ଯ୍ୟ କରିଛନ୍ତି । ଏବେ ଇସ୍ପାତ, କୋଇଲା ଓ ଆଲୁମିନିୟମ କ୍ଷେତ୍ରରେ କାମ କରୁଛନ୍ତି । ସେ ନିଜର କାମ ପାଇଁ ଏହି ତାଲିକାରେ ପରିସରଭୁକ୍ତ ହୋଇଥିଲେ । ନ୍ୟୁଜ ୧୮ର ଏଡିଟର ରାଜେଶ ରାଇନା ତାଙ୍କୁ ପୁରସ୍କୃତ କରିଥିଲେ ।

ସମ୍ବନ୍ଧିତ ଖବର