ଭୁବନେଶ୍ୱର: ଦେଶର ଅନ୍ୟତମ ପ୍ରମୁଖ ମ୍ୟାଟ୍ରେସ୍ ଓ ଫୋମ୍ ସାମଗ୍ରୀ ନିର୍ମାତା ସେଞ୍ଚୁରି ମ୍ୟାଟ୍ରେସ ଓଡ଼ିଶାରେ ଆଉ ୬୫ କୋଟି ଟଙ୍କା ନିବେଶ କରିବ। କମ୍ପାନି ଏହାର ଖୋର୍ଧାସ୍ଥିତ ମ୍ୟାଟ୍ରେସ୍ କାରଖାନାର ଉତ୍ପାଦନ କ୍ଷମତା ସମ୍ପ୍ରସାରଣ ବାବଦରେ ୧୦ କୋଟି ଟଙ୍କା ଏବଂ ଏକ ନୂଆ ଫୋମ୍ କାରଖାନା ସ୍ଥାପନ ଲାଗି ୫୫ କୋଟି ଟଙ୍କା ନିବେଶ କରିବ।
ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସେଞ୍ଚୁରି ମ୍ୟାଟ୍ରେସ ତଥା ଶ୍ରୀ ମାଲାନି ଗ୍ରୁପ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ପୁରୁଷୋତ୍ତମ ମାଲାନି। କମ୍ପାନିର ଦ୍ୱିତୀୟ ପ୍ଲାଣ୍ଟକୁ ରାଜ୍ୟ ସରକାରଙ୍କ ସିଙ୍ଗଲ୍ ଓ୍ଵିଣ୍ଡୋ କମିଟି ଅନୁମୋଦନ ଦେଇସାରିଛି। ଏଥିପାଇଁ କମ୍ପାନିକୁ ପ୍ରାୟ ୧୮ରୁ ୧୯ ଏକର ଜମି ପ୍ରଦାନ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୬ ମାସ ମଧ୍ୟରେ କମ୍ପାନିର ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବ ବୋଲି ସେ ଆଶା ରଖିଛନ୍ତି। କମ୍ପାନିକୁ ଜମି ମିଳିବାର ୨ ବର୍ଷ ମଧ୍ୟରେ କାରଖାନା ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସେ କହିଛନ୍ତି। ବିଶେଷକରି ଫର୍ଣ୍ଣିଚର, ମ୍ୟାଟ୍ରେସ୍, ପୋଷାକ, ଅଟୋମୋବାଇଲ ଏବଂ ଜୋତା ଆଦିରେ ବ୍ୟବହୃତ ହେଉଥିବା ଫୋମ୍ ଏଠାରୁ ଉତ୍ପାଦନ ହେବ। ଏହି କାରଖାନାର ବାର୍ଷିକ ଫୋମ୍ ଉତ୍ପାଦନ କ୍ଷମତା ୧୦ ହଜାର ଟନ୍ ରହିବ। ଦୁଇଟି ପର୍ଯ୍ୟାୟରେ କମ୍ପାନି ଏହି ନିର୍ମାଣ କାର୍ଯ୍ୟକୁ ଶେଷ କରିବା ଲକ୍ଷ୍ୟ ରଖିଛି। ପ୍ରଥମ ପର୍ଯ୍ୟାୟରେ ବାର୍ଷିକ ୪୫୦୦ ଟନ୍ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୫୫୦୦ ଟନ୍ ଫୋନ୍ ଉତ୍ପାଦନ ଯୋଜନା ରହିଛି। କମ୍ପାନି ଭାଇଜାଗ୍ ବନ୍ଦର ମାଧ୍ୟମରେ ଏଠାକୁ କଞ୍ଚାମାଲ ଆମଦାନି କରିବ। ଏଠାରୁ ଉତ୍ପାଦିତ ସାମଗ୍ରୀକୁ ପୂର୍ବ ଏବଂ ଉତ୍ତର ପୂର୍ବ ଭାରତକୁ ଯୋଗାଇ ଦେବାର ଲକ୍ଷ୍ୟ ରଖିଛି ବୋଲି ଶ୍ରୀ ମାଲାନି କହିଛନ୍ତି। ଓଡ଼ିଶାରେ ସେଞ୍ଚୁରି ମ୍ୟାଟ୍ରେସ୍ର ବଜାରଅଂଶ ସବୁଠାରୁ ଅଧିକ ବୋଲି ଶ୍ରୀ ମାଲାନି ଏହି ଅବସରରେ ଦାବି କରିଥିଲେ। ରାଜ୍ୟରେ ପ୍ରାୟ ୨୦ ବର୍ଷ ହେଲା ସେଞ୍ଚୁରି ମ୍ୟାଟ୍ରେସ ଉପଲବ୍ଧ ହେଉଛି। ଏବେ ରାଜ୍ୟର ପ୍ରମୁଖ ସହରରେ କମ୍ପାନିର ୧୫ଟି ଏକ୍ସକ୍ଲୁସିଭ ସୋରୁମ୍ ଥିବାବେଳେ ୨୦୨୦ ସୁଦ୍ଧା ଏହାକୁ ୫୦କୁ ବୃଦ୍ଧି କରାଯିବା ଯୋଜନା ରହିଛି ବୋଲି ସେ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ କମ୍ପାନିର ଖୋର୍ଧା କାରଖାନା ପ୍ରବନ୍ଧକ ସୁଶାନ୍ତ କୁମାର ବେହେରା ଉପସ୍ଥିତ ଥିଲେ।
ଓଡ଼ିଶାରେ ସେଞ୍ଚୁରି ମ୍ୟାଟ୍ରେସ ନିବେଶ କରିବ ୬୫ କୋଟି
ଖୋର୍ଧାରେ କରିବ ଫୋମ୍ କାରଖାନା, ଉତ୍ପାଦନ କ୍ଷମତା ୧୦ ହଜାର ଟନ୍
/sambad/media/post_attachments/wp-content/uploads/2018/01/logoc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)