ଭୁବନେଶ୍ବର: ଦେଶରେ ପ୍ରଥମ ଥର ପାଇଁ କୋଇଲାରୁ ସିନ୍ଗ୍ୟାସ୍ ପ୍ରସ୍ତୁତ କରାଯିବାର ଯୋଜନା ରହିଛି। ଦେଶର ଅଧିକ ପାଉଁଶ ବାହାରୁଥିବା କୋଇଲା ଏବଂ ପେଟ୍କୋକ୍ ଉଭୟକୁ ମିଶାଇ ସିନ୍ଗ୍ୟାସ୍ର ବହୁତ ବଡ଼ ନେଟ୍ୱର୍କ ସ୍ଥାପନା କରାଯିବାର ଲକ୍ଷ୍ୟ ନେଇ ଭାରତ ସରକାର କାମ କରୁଛନ୍ତି। ଓଡ଼ିଶାରେ ଏହାର ପ୍ରଥମ ପ୍ଲାଣ୍ଟ ନିର୍ମାଣ ପାଇଁ ଟେଣ୍ଡର୍ ପ୍ରକ୍ରିୟା ହୋଇଥିବା ବେଳେ ଖୁବ୍ ଶୀଘ୍ର କାମ ଆରମ୍ଭ କରାଯିବ। ଦେଶରେ ଉପଲବ୍ଧ ଘରୋଇ କୋଇଲାରୁ ସିନ୍ଗ୍ୟାସ୍ ତିଆରି କରିବାରେ ଏହା ଯୁଗାନ୍ତକାରୀ ପଦକ୍ଷେପ ବୋଲି କେନ୍ଦ୍ର ମନ୍ତ୍ରୀ ଧେର୍ମନ୍ଦ୍ର ପ୍ରଧାନ କହିଛନ୍ତି। ଫିକି ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ଭାରତ ଗ୍ୟାସ ଭିତ୍ତିଭୂମି ସମ୍ମିଳନୀରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଲେ, ଗ୍ୟାସ୍ କ୍ଷେତ୍ରକୁ ଆଗକୁ କିପରି ବଢ଼ାଯିବ ତାହା ଏବେ ଚ୍ୟାଲେଞ୍ଜ ସଦୃଶ ହୋଇଛି। ୨୫/୩୦ ବର୍ଷ ପୂର୍ବରୁ କେବଳ ଅଶୋଧିତ ତୈଳର ଅନ୍ବେଷଣ ଗତିବିଧି ଉପରେ ପ୍ରାଥମିକତା ଦିଆଯାଉଥିଲା। ମାତ୍ର ଏବେ ଗ୍ୟାସ ଉର୍ଜା ବାସ୍କେଟର ଏକ ମହତ୍ତ୍ବପୂର୍ଣ୍ଣ ଓ ଆବଶ୍ୟକ ବସ୍ତୁ ହୋଇସାରିଛି। ଦେଶରେ ପ୍ରାକୃତିକ ଗ୍ୟାସ ଉତ୍ପାଦନ ଓ ଯୋଗାଣ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି। ଆଗାମୀ ଦିନରେ ଘରୋଇ ଉତ୍ପାଦନ ବୃଦ୍ଧି ପାଇବା ସହ ଏଲ୍ଏନ୍ଜି ଗ୍ୟାସ୍ର ଉପଲବ୍ଧି ମଧ୍ୟ ବଢ଼ିବ। ଭାରତକୁ କମ୍ କାର୍ବନ ନିଗର୍ମନ ଅର୍ଥ ବ୍ୟବସ୍ଥା କରିବା ପାଇଁ ତଥା ଉର୍ଜାର ନିରନ୍ତର ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ସରକାର ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ ଜାରି ରଖିଛନ୍ତି। ୨୦୩୦ ସୁଦ୍ଧା ଗ୍ୟାସର ଅଂଶକୁ ୧୫ ପ୍ରତିଶତ ବୃଦ୍ଧି କରିବା ନିମନ୍ତେ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଏହି ଲକ୍ଷ୍ୟକୁ ପୂରଣ କରିବାକୁ ହେଲେ ଗ୍ୟାସ ବ୍ୟବହାରକୁ ୨୦୨୯-୩୦ ସୁଦ୍ଧା ୬୦୦ ଏମ୍ଏମ୍ଏସ୍ସିଏମ୍ଡି କରିବାକୁ ହେବ। ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥ ବ୍ୟବସ୍ଥା କରିବା ନିମନ୍ତେ ୬୦ ନିୟୁତ ଆମେରିକୀୟ ଡଲାର ବ୍ୟୟ ବରାଦରେ ଗ୍ୟାସ୍ ଭିତ୍ତିଭୂମିର କାର୍ଯ୍ୟ ଚାଲିଛି।
ଓଡ଼ିଶାରେ ହେବ ଦେଶର ପ୍ରଥମ ସିନ୍ଗ୍ୟାସ୍ ପ୍ଲାଣ୍ଟ
/sambad/media/post_attachments/wp-content/uploads/2019/12/xfhfhfxh45fx4hf5xh4x5f64hxf65h4fx98hfx65h4xf56h4xfh654.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)