ବେଦାନ୍ତ ସମେତ ୪ଟି ସଂସ୍ଥାର ପ୍ରକଳ୍ପକୁ ମଞ୍ଜୁରି

ଭୁବନେଶ୍ୱର: ଓଡ଼ିଶା ସରକାର ଆଜି ବେଦାନ୍ତ ସମେତ ୪ଟି ସଂସ୍ଥାର ୧୪୯୫ କୋଟି ଟଙ୍କା ନିବେଶ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତିି। ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୭୭ତମ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ଵିଣ୍ଡୋ କ୍ଲିୟରାନ୍ସ ଅଥରିଟିର ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ଦିଆଯାଇଛି। ଏଥିରେ ବେଦାନ୍ତର ଝାରସୁଗୁଡ଼ାସ୍ଥିତ ସ୍ମେଲଟର ପ୍ଲାଣ୍ଟର ସଂପ୍ରସାରଣ ପ୍ରସ୍ତାବ ରହିଛି। ବେଦାନ୍ତ ଝାରସୁଗୁଡ଼ା ସ୍ମେଲଟର ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ୧.୬ ନିୟୁତ ଟନ୍‌ରୁ ୧.୮ ନିୟୁତ ଟନ୍‌କୁ ବୃଦ୍ଧି କରିବ। ଏଥିରେ କଂପାନି ୧୨୪୦ କୋଟି ଟଙ୍କା ନିବେଶ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟିର ମଞ୍ଜୁରି ନିମନ୍ତେ ବେଦାନ୍ତର ଏହି ପ୍ରସ୍ତାବକୁ ସିଙ୍ଗଲ୍‌ ଓ୍ଵିଣ୍ଡୋ କମିଟି ସୁପାରିସ କରିଛି। ବେଦାନ୍ତର ଏହି ସଂପ୍ରସାରଣ ଫଳରେ ଅଧିକ ୮୦୦ ଲୋକଙ୍କୁ ନିଯୁକ୍ତି ମିଳିବ। ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଆହୁରି ଆଗକୁ ବଢ଼ିବ। ସେହିପରି ଆଇଟିସି ଓ ଅନ୍ୟ ଦୁଇଟି ସଂସ୍ଥାର ପ୍ରକଳ୍ପକୁ ମଧ୍ୟ ମଞ୍ଜୁର କରାଯାଇଛି।

ସମ୍ବନ୍ଧିତ ଖବର