ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ସାବତ ଏକ୍ସପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରିମିୟମ୍‌ ବ୍ରାଣ୍ଡ୍‌ ‘ଉତ୍କଳମ୍ରିତା’ ପକ୍ଷରୁ ଦୁର୍ଗାପୂଜା ଅବସରରେ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଯାଇଛି। ୨୦୨୨ ଦୁର୍ଗାପୂଜା ଅବସରରେ ଆରମ୍ଭ ଏହି ଅଭିଯାନର ଥିମ୍ ରହିଛି ମହିଳା ସଶକ୍ତୀକରଣ। ବିଶ୍ବପ୍ରସିଦ୍ଧ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଷୀ ‘ଉତ୍କଳମ୍ରିତା’ ଅଭିଯାନ ଲାଗି ଭିନ୍ନଭିନ୍ନ ବିଷୟବସ୍ତୁ ଆଧାରିତ ଭିଡିଓ  ସୁଟ୍ କରିଛନ୍ତି। ଶାଶ୍ବତ ଓ ତାଙ୍କ ପ୍ରଡକ୍ସନ ହାଉସ୍‌ ‘ଏସ୍‌ଜେଆଇ’ର ସହଯୋଗରେ ଏହି ଅଭିଯାନ ପ୍ରସ୍ତୁତ ହୋଇଛି।

Advertisment

‘ଉତ୍କଳମ୍ରିତା’ ପକ୍ଷରୁ ଏହି ଅଭିଯାନଟି ମହାଳୟା ପୂର୍ବରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ପ୍ରଥମେ ପୂଜାକୁ ନେଇ ଓଡ଼ିଆ ଭାଷାରେ ଏକ ‘ପୂଜା ଅଭିନନ୍ଦନ’ ଭିଡ଼ିଓ ଜାରି କରାଯାଇଥିଲା, ଯାହାକି ଭାଇରାଲ୍ ହୋଇଥିଲା। ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ ହୋଇଥିବା ଏହି ଭିଡିଓକୁ ଏବେ ସୁଦ୍ଧା ୪୨.୨ ହଜାର ଲାଇକ୍‌ ମିଳି ସାରିଥିବା ବେଳେ ୫୪୭ ହଜାର ଭିୟୁ ହୋଇ ସାରିଲାଣି।

ମହାଳୟା ଦିନ ‘ଉତ୍କଳମ୍ରିତା’ ମହିଳା ସଶକ୍ତୀକରଣକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦେଇ ଆଉ ଏକ ଭିଡିଓ ଜାରି କରିଥିଲା। ଅମିତାଭ ବଚ୍ଚନଙ୍କ ଚଳଚ୍ଚିତ୍ର ‘ପିଙ୍କ୍‌’ର ‘ତୁ ଚଲ୍‌...’ ଗୀତର ସ୍ବରକୁ ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ ଭାବେ ନେଇ ଏହା ପ୍ରସ୍ତୁତ ହୋଇଥିଲା । ବିଭିନ୍ନ ମଡେଲ୍‌ଙ୍କୁ ନେଇ ‘ଉତ୍କଳମ୍ରିତା’ ପକ୍ଷରୁ ପ୍ରସ୍ତୁତ ଏହି ଭିଡିଓଟିରେ ‘ତୁ ଖୁଦ୍‌ କି ଖୋଜ୍‌ ମେ ନିକଲ୍‌..’କୁ ଥିମ୍ ଭାବେ ନେଇ ମହିଳାମାନଙ୍କ ସଂଘର୍ଷ ଓ ବିଜୟର କଥା ବର୍ଣ୍ଣନ‌ା ହୋଇଥିବା ବେଳେ ନିଜକୁ ଆବିଷ୍କାର କରିବାର ବାର୍ତ୍ତା ଦିଆଯାଇଛି ।

ଏହାକୁ ବାଦ୍‌ ଦେବା ପରେ ମହିଳା ସଶକ୍ତୀକରଣ ବିଷୟବସ୍ତୁର ରୂପାୟନ ଲାଗି  ଅନେକ ଗୀତ ଓ ମନ୍ତ୍ର ଆଧାରିତ ଭିଡିଓ ଏହି ଅଭିଯାନରେ ସାମିଲ୍ କରାଯାଇଛି । ଏଥିସହ ପୂଜାର ମଉଜମସ୍ତି ଆଧାରିତ ନାଚଗୀତ ବି ରଖାଯାଇଛି। ଏ ସବୁ ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ ହୋଇଛି।

ନବରାତ୍ରୀର ପ୍ରଥମ ଦିନରେ ମାଆ ଦୁର୍ଗାଙ୍କର ପ୍ରସିଦ୍ଧ ଅର୍ଗଳ ଶ୍ଳୋକମ୍ ‘ରୂପମ ଦେହୀ, ଜୟମ୍‌ ଦେହୀ’ରେ କିଛି ମଡେଲ୍‌ଙ୍କୁ ଦେଖିବାକୁ ମିଳିଛି(https://www.instagram.com/p/Ci95IVMDnYy/)। ସେହିପରି ଦ୍ବିତୀୟ ଦିନରେ ମାଆ ଦୁର୍ଗାଙ୍କ ଲୋକପ୍ରିୟ ଶ୍ଳୋକ ‘ଅଇଗିରି ନନ୍ଦିନୀ’ରେ ଜଣେ ମଡେଲଙ୍କୁ ଦେଖିବାକୁ ମିଳିଛି  (https://www.instagram.com/p/CjAgLCQjv9L/)। ତୃତୀୟ ଦିନରେ ‘ପଦ୍ମାବତ୍‌’ ଚଳଚ୍ଚିତ୍ରର ‘ଘୁମର୍‌’ ଗୀତରେ ଶାଶ୍ବତଙ୍କ ସହ ଅନ୍ୟ ମଡେଲ୍‌ ନୃତ୍ୟ ପ୍ରଦର୍ଶନ କରୁଥିବାର ଭିଡିଓରେ ଦେଖିବାକୁ ମିଳିଛି  (https://www.instagram.com/reel/CjDhcw4D5Or/)। ନବରାତ୍ରର ୪ର୍ଥ ଦିନରେ ଶାଶ୍ବତ ଜୋଶୀ ଝୁଣା ଧରି ‘ଅଇଗିରି ନନ୍ଦିନୀ’ ଗୀତରେ ଅଭିନୟ ଦେଖାଉଥିବାର ନଜର ଆସିଛନ୍ତି। (https://www.instagram.com/p/CjF2QT5DaLT/)। ୫ମ ଦିନରେ ‘ରାମଲୀଲା’ ଚଳଚ୍ଚିତ୍ରର ‘ନଗଡ଼ା’ ଗୀତରେ ଖୁସିରେ ମଡେଲ୍‌ମାନେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି  (https://www.instagram.com/reel/CjHnvi3DtAq/)। ସେହିପରି ଷଷ୍ଠ ଦିନରେ ‘ଅଇଗିରି ନନ୍ଦିନୀ’ର ଅନ୍ୟ ଏକ ଗମ୍ଭୀର ଭର୍ସନ ଦେଖିବାକୁ ମିଳିଛି  (https://www.instagram.com/reel/CjKxRqfDJ58/)। ସପ୍ତମ ଦିନରେ ଅମିତାଭ ବଚ୍ଚନଙ୍କ ‘ପିଙ୍କ୍‌’ ଚଳଚ୍ଚିତ୍ରର ‘ତୁ ଚଲ୍‌’ ଟ୍ୟୁନ୍‌ ସହ ହାତରେ ଦୀପ ରଖି ଶାଶ୍ବତଙ୍କ ଏକ ଅଭିନୟ ଦେଖିବାକୁ ମିଳିଛି (https://www.instagram.com/reel/CjNnyWvDOpZ/)। ସେହିପରି ମହାଅଷ୍ଟମୀରେ ଶାଶ୍ବତ ଯୋଶୀଙ୍କ ସହ ତାଙ୍କ ମଡେଲ୍‌ ଟିମ୍‌ ମିଶି ଏକ ମଉଜମସ୍ତିର ଭିଡିଓ ବନାଇଛନ୍ତି  (https://www.instagram.com/reel/CjQWlDajUrq/)। ନବମୀରେ ଉତ୍ସବମୁଖର ଭିଡିଓରେ ‘ଦଶହରା ଢୋଲ୍‌’ ଏବଂ ସମ୍ବଲପୁରୀ ନୃତ୍ୟ ଦେଖିବାକୁ ମିଳିଛି (https://www.instagram.com/reel/CjStM-9jBME/)। ଦଶହରା ଦିନ ୩ ଜଣ ମଡେଲ୍‌ ମିଶି ‘ଆସ ଗୋ ମାଆ ଦୁର୍ଗା ମାଆ’ ଗୀତରେ ଅଭିନୟ କରି ଖୁସି ମନାଉଛନ୍ତି (https://www.instagram.com/reel/CjVgEvkjdph/)।

ଏହି ସବୁ ଭିଡିଓରେ ଶାଶ୍ବତ ଓ ଅନ୍ୟ ମଡେଲମାନେ ‘ଉତ୍କଳମ୍ରିତା’ର ଓଡ଼ିଶା ହସ୍ତତନ୍ତ ଶାଢ଼ିର ଆକର୍ଷଣୀୟ ରୂପରଙ୍ଗକୁ ପ୍ରଭାବଶାଳୀ ଢ଼ଙ୍ଗରେ ଉପସ୍ଥାପନ କରିଛନ୍ତି । ‘ଉତ୍କଳମ୍ରିତା’ର ଏହି ଅଭିଯାନରେ ମହିଳା ସଶକ୍ତୀକରଣ ଥିମ୍ ସହ ଓଡ଼ିଶାର ସାଂସ୍କୃତିକ ବିଭବକୁ ସୁନ୍ଦର ଭାବେ ଉପସ୍ଥାପିତ କରାଯାଇଛି। ଏହାକୁ ନେଟିଜେନମାନେ ଖୁବ୍ ପସନ୍ଦ କରିଛନ୍ତି।

ଏହାର ଫଟୋଗ୍ରାଫି ଓ ରିଲ୍ସ ଦାୟିତ୍ବ ତୁଲାଇଛି ଡବ୍ଲୁଏପିଆଇ ଫିଲ୍ମସ୍ । ଏହାକୁ ‘ଉତ୍କଳମ୍ରିତା’ ଟିମ୍‌ର ଜନ୍‌ସନ୍‌ ରାଉତ୍‌ରାୟ ଏଡିଟ୍‌ କରିଛନ୍ତି। ଏହି ଅଭିଯାନରେ ସାବତ ଏକ୍ସପୋର୍ଟର ପରିଚଳନା ନିର୍ଦ୍ଦେଶିକା ଅମ୍ରିତା ସାବତଙ୍କ ସମେତ ଶାଶ୍ବତ ଯୋଶୀଙ୍କ ଟିମ୍‌ର ମଡେଲ୍‌ ସୂଚନା, ତେଜୁ, ଲିପ୍‌ସା, ସ୍ବପ୍ନା, ସୋମ୍ୟା ଏବଂ ମିସ୍‌ ଇଣ୍ଡିଆ ନୟନ୍‌ତାରାର ସେକେଣ୍ଡ୍‌ ରନର୍ସ-ଅପ୍‌ ଫତିମାଙ୍କୁ ଦେଖିବାକୁ ମିଳିଛି।