‘ଓଡ଼ିଶା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ’:ଓଡ଼ିଶା ପ୍ରତି କଂପାନିର ଆଭିମୁଖ୍ୟ କ’ଣ?

ସୁନୀଲ ପ୍ରଭୁନେ:ମୁଖ୍ୟ କାର୍ଯ୍ୟନିର୍ବାହୀଏଲ୍‌ଆଣ୍ଡ୍‌ଟି ଫାଇନାନ୍‌ସିଆଲ୍‌ ସର୍ଭିସେସ୍‌

ଜାତୀୟ ସ୍ତରରେ କଂପାନିର ପ୍ରଦର୍ଶନ କିଭଳି ରହିଛି?ଓଡ଼ିଶା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର। ଆମେ ଏହାକୁ ପ୍ରାଥମିକତା ଦେଉଛୁ। କେବଳ ଓଡ଼ିଶା କାହିଁକି ସାରା ପୂର୍ବାଞ୍ଚଳ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହାର କାରଣ ହେଉଛି ଏଠାରେ ଲୋକମାନେ ଋଣ ପରିଶୋଧ କରିବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଆଗୁଆ ଅଛନ୍ତି। ଆମେ ପୂର୍ବାଞ୍ଚଳକୁ ଏକ ଆକର୍ଷଣୀୟ ଅଞ୍ଚଳ ଭାବେ ବିଚାର କରୁଛୁ। ଯେହେତୁ ଏହି ଅଞ୍ଚଳରେ ଋଣ ଆବଣ୍ଟନ ହାର ନିମ୍ନ ସ୍ତରରେ ରହିଛି, ତେଣୁ ଏଠାରେ ଆମ ପାଇଁ କାରବାରର ବିପୁଳ ସୁଯୋଗ ରହିଛି।ରାଜ୍ୟରେ କେଉଁ କ୍ଷେତ୍ରକୁ ଋଣ ପ୍ରଦାନ କରୁଛନ୍ତି?

ଆମେ ମହିଳାଙ୍କୁ ଲଘୁ ଋଣ, କୃଷି ଯନ୍ତ୍ରପାତି ଯଥା ଟ୍ରାକ୍ଟର ଓ ହାର୍ଭେଷ୍ଟର କିଣିବା ପାଇଁ ଋଣ ଓ ଦୁଇ ଚକିଆ ଯାନ କିଣିବା ପାଇଁ ଋଣ ପ୍ରଦାନ କରୁଛୁ। ୨୦୧୭-୧୮ ଶେଷ ସୁଦ୍ଧା ଆମେ ଓଡ଼ିଶାରେ ୧୪୦୦ କୋଟି ଟଙ୍କାର ଲଘୁ ଋଣ, ୨୨୮ କୋଟି ଟଙ୍କାର କୃଷି ଯନ୍ତ୍ରପାତି ଋଣ ଓ ୨୦୦ କୋଟି ଟଙ୍କାର ଦୁଇ ଚକିଆ ଋଣ ପ୍ରଦାନ କରିଛୁ। ପୂର୍ବବର୍ଷ ତୁଳନାରେ କାରବାରରେ ଆମେ ୧୦୦% ଅଭିବୃଦ୍ଧି ହାସଲ କରିଛୁ। ଓଡ଼ିଶାରେ ଆମର ୮ ଲକ୍ଷରୁ ଅଧିକ ଗ୍ରାହକ ଅଛନ୍ତି। ୨୦୧୭-୧୮ରେ ଆମେ ରାଜ୍ୟରେ ୩ ଲକ୍ଷରୁ ଅଧିକ ନୂଆ ଗ୍ରାହକ ସୃଷ୍ଟି କରିଛୁ। ଏଠାରେ ଆମର ମୋଟ ୧୫୦ଟି ଟଚ୍‌ ପଏଣ୍ଟ୍‌ ରହିଛି।

ଜାତୀୟ ସ୍ତରରେ ଆମେ ୯୧୦୦ କୋଟି ଟଙ୍କାର ଲଘୁ ଋଣ, ୬୧୦୦ କୋଟି ଟଙ୍କାର କୃଷି ଯନ୍ତ୍ରପାତି ଋଣ ଓ ୩୭୦୦ କୋଟି ଟଙ୍କାର ଦୁଇ ଚକିଆ ଋଣ ପ୍ରଦାନ କରିଛୁ। ବିଗତ ଅଢ଼େଇ ବର୍ଷ ଭିତରେ ଆମ କାରବାରରେ ବେଶ ଉଲ୍ଲେଖନୀୟ ବୃଦ୍ଧି ହୋଇଛି।  କୃଷି ଯନ୍ତ୍ରପାତି ଋଣ ପ୍ରଦାନ କ୍ଷେତ୍ରରେ ୧୪% ବଜାର ଅଂଶ ସହ ଆମେ ଦ୍ୱିତୀୟ ସ୍ଥାନରେ ରହିଛୁ।  ଜାତୀୟ ସ୍ତରରେ ପ୍ରତି ମାସରେ ଆମେ ୪ ଲକ୍ଷ ନୂଆ ଗ୍ରାହକ ସାମିଲ କରୁଛୁ।

ପ୍ରଶ୍ନ: କଂପାନିର ଭବିଷ୍ୟତ ଯୋଜନା କ’ଣ ରହିଛି?

ଆଗାମୀ ଦିନରେ ଆମର କାରବାରକୁ କିଭଳି ଆହୁରି ସୁଦୃଢ଼ କରିବୁ ସେ ଉପରେ ଗୁରୁତ୍ୱ ଦେବୁ। ନିକଟରେ ଆମେ ଯୋଗ୍ୟ ସଂସ୍ଥାଗତ ପ୍ଲେସ୍‌ମେଣ୍ଟ୍‌ (କ୍ୟୁଆଇପି) ଓ ପ୍ରିଫରେନ୍ସିଆଲ୍‌ ଆଲ୍‌ଟମେଣ୍ଟ୍‌ ଜରିଆରେ ୩୦୦୦ କୋଟି ଟଙ୍କା ହାସଲ କରିଛୁ। ତାହାକୁ କାରବାର ସମ୍ପ୍ରସାରଣ ଦିଗରେ ଖର୍ଚ କରିବୁ।  ଅନ୍ୟ କେଉଁ କ୍ଷେତ୍ରରେ ଋଣ ପ୍ରଦାନର ସୁଯୋଗ ରହିଛି ତାହାକୁ ଅନୁଧ୍ୟାନ କରି ନୂତନ ଉତ୍ପାଦ ଆଣିବୁ।

ସମ୍ବନ୍ଧିତ ଖବର