ଭୁବନେଶ୍ବର: ପୋଷାକ ଓ ବୟନ କ୍ଷେତ୍ରକୁ ନେଇ ବେଙ୍ଗାଲୁରୁରେ ଆଜିଠାରୁ ଦୁଇଦିନିଆ ଓଡ଼ିଶା ନିବେଶକ ସମ୍ମିଳନୀ ଆରମ୍ଭ ହୋଇଛି। ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ନେତୃତ୍ବରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ହସ୍ତତନ୍ତ ଓ ବୟନ ସଚିବ ଡ. ଅରବିନ୍ଦ ପାଢ଼ୀ ଓ ଅନ୍ୟମାନେ ବିଭିନ୍ନ ନିବେଶକଙ୍କ ସହ ଆଲୋଚନା କରିଛନ୍ତି। ସମ୍ଭାବ୍ୟ ନିବେଶକମାନଙ୍କ ସହ ଜି୨ବି ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ଏକ ପୋଷାକ କମ୍ପ୍ଲେକ୍ସ ସ୍ଥାପନ କରିବା ନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏହି ନିବେଶକ ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ନିବେଶକମାନେ ଓଡ଼ିଶାରେ ନିବେଶ କରିବା ଲାଗି କ’ଣ ସୁବିଧା ଚାହୁଛନ୍ତି ତାହାକୁ ବୁଝିବା ଏବଂ ସେହି ଅନୁସାରେ ପ୍ରୋତ୍ସାହନ ଓ ନୀତି ପ୍ରସ୍ତୁତ କରିବା। ଏହି ଅବସରରେ ମେ’ ୧୭ ଓ ୧୮ ଦୁଇ ଦିନ ପାଇଁ ଏକ ରୋଡ୍‌ ସୋ’ ଆୟୋଜନ କରାଯାଇଛି।