ଗ୍ରାହକମାନଙ୍କ ସହିତ ଉତ୍ସବ ପାଳନ କରିବା ପାଇଁ ଭୁବନେଶ୍ୱର ଆସିଛନ୍ତି ତନିସ୍କର ଆଞ୍ଚଳିକ ବ୍ୟବସାୟ ପ୍ରବନ୍ଧକ ଅନିର୍ବାଣ ବାନାର୍ଜୀ। ଓଡ଼ିଶା ବଜାର, କଂପାନିର କାରବାର ଓ ନୂଆ ଗହଣା ସମ୍ଭାରକୁ ନେଇ ସେ ଯାହା କହିଥିଲେ ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି:
ଓଡ଼ିଶା ବଜାରକୁ କିଭଳି ଦେଖୁଛନ୍ତିି?
ଓଡ଼ିଶା ତନିସ୍କ ପାଇଁ ଏକ ମହତ୍ୱପୂର୍ଣ୍ଣ ବଜାର। ଆମର ବ୍ୟବସାୟ ଅଭିବୃଦ୍ଧି ଏଠାରେ ଅତ୍ୟନ୍ତ ଉତ୍ସାହଜନକ ସ୍ତରରେ ରହିଛି। ଗ୍ରାହକମାନେ ଆମ ଗହଣାଗୁଡ଼ିକୁ ବହୁତ ପସନ୍ଦ କରୁଛନ୍ତି ଓ ତନିସ୍କ ଉପରେ ସେମାନେ ଗଭୀର ବିଶ୍ୱାସ ମଧ୍ୟ କରୁଛନ୍ତି। ଓଡ଼ିଶା ବଜାର ପ୍ରତି ଆମେ ସ୍ୱତନ୍ତ୍ର ଧ୍ୟାନ ଦେଉଛୁ।
ତନିସ୍କ ଅନ୍ୟମାନଙ୍କଠାରୁ କିଭଳି ଭିନ୍ନ?
ଆମ ପାଖରେ ୧୦୦୦୦ରୁ ଅଧିକ ପ୍ରକାରର ଗହଣା ରହିଛି। ଆମେ ଗୋଲ୍ଡେନ୍ ହାର୍ଭେଷ୍ଟ୍ ନାମରେ ଏକ ସ୍କିମ୍ ଆଣିଛୁ ଯାହା ଜରିଆରେ ଲୋକମାନେ ୧୨ ମାସ ପୂର୍ବରୁ କିଛି କିଛି ଟଙ୍କା ସଞ୍ଚୟ କରି ବିବାହ ଭଳି ଉତ୍ସବ ପାଇଁ ସୁବିଧାରେ ଗହଣା ଖରିଦ କରିପାରୁଛନ୍ତି। ଆମର ସବୁ ଷ୍ଟୋର୍ରେ କ୍ୟାରଟ୍ ମିଟର ରହିଛି। ଆମର ସୁନା ଏକ୍ସଚେଞ୍ଜ୍ ବ୍ୟବସ୍ଥା ମଧ୍ୟ ଗ୍ରାହକଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇପାରିଛି। ହୀରା ଗହଣା ଉପରେ ଆମେ ଶତ ପ୍ରତିଶତ ବାଏବ୍ୟାକ୍ ସୁବିଧା ପ୍ରଦାନ କରୁଛୁ।
ଓଡ଼ିଶା ପାଇଁ କିଛି ସ୍ୱତନ୍ତ୍ର ଗହଣା ସମ୍ଭାର ରହିଛି କି?
ଓଡ଼ିଶା ରାଜ୍ୟ ପାଇଁ ଆମେ ‘ରିବାହ’ ନାମକ ସ୍ୱତନ୍ତ୍ର ବ୍ରାଣ୍ଡ୍ର ଗହଣା ବିକ୍ରି କରୁଛୁ। ଓଡ଼ିଶାବାସୀ ଯେକୌଣସି ତନିସ୍କ ଷ୍ଟୋର୍ରୁ ଏହି ଗହଣା କିଣିପାରିବେ। ଓଡ଼ିଶାର ବିବାହ ପରମ୍ପରା ଓ ସଂସ୍କୃତିକୁ ବିଚାରକୁ ନେଇ ରିବାହ୍ ସମ୍ଭାରରେ ଥିବା ଗହଣାଗୁଡ଼ିକର ଡିଜାଇନ୍ ପ୍ରସ୍ତୁତ କରାଯାଇଛି। ସ୍ୱତନ୍ତ୍ର ଚୂଡ଼ି ଓ କାନଫୁଲ ଓଡ଼ିଆ ନବବଧୂଙ୍କ ବିବାହ ଦିନକୁ ସ୍ମରଣୀୟ କରିପାରିବ। ରିବାହ୍ ସମ୍ଭାରକୁ ସୁନା, ହୀରା, କୁନ୍ଦନ ଓ ପୋଲ୍କାକୁ ନେଇ ପ୍ରସ୍ତୁତ କରାଯାଇଛି।
ଏବେ କ’ଣ ନୂଆ ଅଫର ଚାଲିଛି?
ସାବିତ୍ରୀ ପାଇଁ ତନିସ୍କରେ ସୁନା କଏନ୍ ଅଫର ଘୋଷଣା କରାଯାଇଛି। ଦଶ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଗହଣା କିଣିଲେ ୨ ଗ୍ରାମର ସୁନା କଏନ୍ ମିଳିବ। ସେହିପରି ୭୫ ଗ୍ରାମ କିମ୍ବା ତା’ଠାରୁ ଅଧିକ ମୂଲ୍ୟର ଗହଣା କିଣିଲେ ଗଢ଼େଇ ମୂଲ୍ୟ ଉପରେ ୭୫% ପର୍ଯ୍ୟନ୍ତ ରିହାତି ମିଳିବ।
ଆଉ ତିନିଟି ଷ୍ଟୋର୍ ଖୋଲିବ ‘ତନିସ୍କ’
ଭୁବନେଶ୍ୱର: ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ୨-୩ଟି ନୂଆ ଷ୍ଟୋର୍ ଖୋଲିବାକୁ ତନିସ୍କ ଯୋଜନା ରଖିଛି। କଂପାନିର ଆଞ୍ଚଳିକ ମୁଖ୍ୟ-ପୂର୍ବାଞ୍ଚଳ ଅନିର୍ବାଣ ବାନାର୍ଜୀ ଏହି ସୂଚନା ଦେଇଛନ୍ତି। ରାଜ୍ୟର ଗ୍ରାହକମାନଙ୍କ ସହିତ ଉତ୍ସବ ପାଳନ କରିବା ପାଇଁ ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରେ ଆମର ୭ଟି ଷ୍ଟୋର୍ ରହିଛି। ନିକଟରେ ଆମେ ଅନୁଗୁଳଠାରେ ଏକ ନୂଆ ଷ୍ଟୋର ଖୋଲିଛୁ ଯାହାକୁ ଗ୍ରାହକମାନେ ବହୁତ ପସନ୍ଦ କରୁଛନ୍ତି। ସେଥିରେ ଉତ୍ସାହିତ ହୋଇ ଆମେ ରାଜ୍ୟରେ ଆଉ ଦୁଇ ତିନିଟି ଷ୍ଟୋର୍ ଖୋଲିବା ଉପରେ ଚିନ୍ତା କରୁଛୁ। ସାରା ଦେଶରେ ତନିସ୍କର ୩୦୦ରୁ ଅଧିକ ଷ୍ଟୋର୍ ରହିଛି। ଦ୍ୱିତୀୟ ଥର ପାଇଁ ତନିସ୍କ ପକ୍ଷରୁ ଗ୍ରାହକଙ୍କ ସହ ଉତ୍ସବ ପାଳନ କରାଯାଉଛି। ଗତବର୍ଷ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଚଳିତ ବର୍ଷର କାର୍ଯ୍ୟକ୍ରମରେ ୫୦୦-୬୦୦ ଗ୍ରାହକ ଯୋଗ ଦେଇଛନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ତନିସ୍କର ବ୍ୟବସାୟୀ ପାର୍ଟନର୍ ମାନିକ୍ ହଂସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/Tanishq-press-meet.jpg)