ଭୁବନେଶ୍ବର: ରାଜ୍ୟବାସୀଙ୍କୁ ଏକ ହ୍ବାଟସ୍ଆପ୍ ଚାଟ୍ବଟ୍ ଜରିଆରେ ୨୪୯ ଗୁରୁତ୍ବପୂର୍ଣ୍ଣ ସରକାରୀ ସେବା ପ୍ରଦାନ କରାଯିବ। ଏଥିପାଇଁ ରାଜ୍ୟ ସରକାର ଓ ମେଟା ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଛି। ଏକ ହ୍ବାଟ୍ସଆପ୍ ଚାଟ୍ବଟ୍ ଜରିଆରେ ଲୋକମାନଙ୍କୁ ସେବା ପ୍ରଦାନ କରାଯିବ। ସେମାନେ ଜନ୍ମ, ମୃତ୍ୟୁ, ଆୟ, ବାସସ୍ଥାନ, ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର, ପାଇବା, ଡ୍ରାଇଭିଂ ଓ ସାର ଲାଇସେନ୍ସ ପାଇଁ ଆବେଦନ କରିବା, ଜାତୀୟ ପରିବାର ସୁବିଧା ସ୍କିମ୍, ଭିନ୍ନ ଜାତିରେ ବିବାହ ଲାଭ ଆଦି ସେବା ପାଇପାରିବେ। ଲୋକସେବା ଭବନରେ ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର, ଗୋପବନ୍ଧୁ ଏକାଡେମି ଅଫ୍ ଆଡ୍ମିନିଷ୍ଟ୍ରେସନ୍ର ମହାନିର୍ଦ୍ଦେଶକ ସୁରେନ୍ଦ୍ର କୁମାର, ଉଚ୍ଚ ଶିକ୍ଷା ବିଭାଗର ସଚିବ ଜି ମାଥିଭଥନନ, ପୂର୍ବତନ ସୂଚନା କମିସନର ତଥା ସିୱାଇଏସ୍ଡିର ମେଣ୍ଟର ଜଗଦ୍ଦାନନ୍ଦଙ୍କ ଉପସ୍ଥିତିରେ ଏହି ବୁଝାମଣା ସ୍ବାକ୍ଷରିତ ହୋଇଛି। ସେଣ୍ଟର୍ ଫର୍ ମଡର୍ନାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍ (ସିଏମଜିଆଇ) ପକ୍ଷରୁ ରାଜ୍ୟ ସରକାରଙ୍କ ସହ ଏହି ବୁଝାମଣା ସ୍ବାକ୍ଷରକରାଯାଇଛି।
ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ପରେ ଓଡ଼ିଶା ହେଉଛି ତୃତୀୟ ରାଜ୍ୟ ଯେଉଁଠାରେ ହ୍ବାଟସ୍ଆପ୍ ଚାଟ୍ବଟ୍ ଜରିଆରେ ସରକାରୀ ସେବା ଲୋକମାନଙ୍କ ପାଇଁ ଉପଲବ୍ଧ ହେବ। ଏହି ଅବସରରେ ସିୱାଇଏସ୍ଡି ଓ ସିଏମ୍ଜିଆଇ ମଧ୍ୟରେ ଏକ ବୁଝାମଣାପତ୍ର ଏବଂ ସିଏମ୍ଜିଆଇ, ସିୱାଇଏସ୍ଡି ଓ ଗୋପବନ୍ଧୁ ଏକାଡେମି ଆଡ୍ମିନିଷ୍ଟ୍ରେସନ୍ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଅବସରରେ ମେଟାର ବିଜନେସ୍ ମେସେଜିଂ ନିର୍ଦ୍ଦେଶକ ରବି ଗର୍ଗ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/08/LjuaJVC9UASM37tryvIR.jpg)