ଭୁବନେଶ୍ବର: ଦେଶର ମ୍ୟୁଚୁଆଲ ଫଣ୍ଡ୍ ଶିଳ୍ପ ପ୍ରତି ଓଡ଼ିଶାର ଯୋଗଦାନ ବଢ଼ୁଛି।୨୦୧୫ ମାର୍ଚ୍ଚ ବେଳକୁ ଓଡ଼ିଶାର ଯୋଗଦନା ୦.୫୭% ଥିବାବେଳେ ୨୦୧୮ ଅକ୍ଟୋବର ୩୦ ସୁଦ୍ଧା ଏହା ୦.୯୧%ରେ ପହଞ୍ଚିଛି। ଯଦିଓ ଏହା ନଗଣ୍ୟ ତଥାପି ପ୍ରଶଂସାଯୋଗ୍ୟ ବୋଲି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏସ୍. ଭି. ମୁରଲୀଧର ରାଓ କହିଛନ୍ତି। ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ପକ୍ଷରୁ ହୋଟେଲ ନ୍ୟୁ ମାରିଅନ୍ ଠାରେ ଆଜି ଆୟୋଜିତ ଖୁଚୁରା ସଞ୍ଚୟ ସୁଯୋଗ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ରାଓ ଏହା କହିଛନ୍ତି। ସେ କହିଛନ୍ତି ଯେ ଦେଶରେ ମୁଚ୍ୟୁଆଲ ଫଣ୍ଡ୍ ଶିଳ୍ପର ମୋଟ ପରିଚାଳନାଧୀନ ସମ୍ପତ୍ତି ଗତ ୫ ବର୍ଷ ମଧ୍ୟରେ ଦୁଇ ଗୁଣା ବଢ଼ିଛି। ଏହି ଶିଳ୍ପର ମୋଟ ବଜାର ପରିମାଣ ଏବେ ୨୨ ଲକ୍ଷ ୪୪ ହଜାର କୋଟି ଟଙ୍କା ହୋଇଗଲାଣି। ପାଖାପାଖି ୨ କୋଟି ନିବେଶକ ଏହି ଶିଳ୍ପରେ ନିବେଶ କରିଛନ୍ତି। ୪୩ଟି କମ୍ପାନି ଏକ୍ଷେତ୍ରରେ କାମ କରୁଥିବାବେଳେ ସେମାନେ ୧୯୦୦ ପ୍ରକାର ସ୍କିମ୍ ନିବେଶକଙ୍କ ପାଇଁ ଆଣିଛନ୍ତି ବୋଲି ସେ ସୂଚନା ଦେଇଥିଲେ। ଏଥିରେ ଆଇସିସି ବିଶେଷଜ୍ଞ କମିଟି-ବିଏସଏଫଆଇ ସଦସ୍ୟ ସୁଧୀର ରାୟ ଚୌଧୁରୀ କହିଥିଲେ, କ୍ଷୁଦ୍ର ସହର ଗୁଡ଼ିକରେ ମୁଚୁଆଲ ଫଣ୍ଡର ଚାହିଦା ବଢ଼ୁଛି। ଭାରତରେ ମ୍ୟୁଚୁଆଲ ଫଣ୍ଡ୍ ସାନ୍ଦ୍ରତା ମାତ୍ର ୧୦% ରହିଥିବାରୁ ଏହି ଶିଳ୍ପରେ ବିପୁଳ ସୁଯୋଗ ଆଗାମୀ ଦିନରେ ରହିଛି ବୋଲି ସେ କହିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ୟୁଟିଆଇ ଆସେଟ୍ ମ୍ୟାନେଜମେଣ୍ଟ କମ୍ପାନିର ସଭାପତି ତଥା କଣ୍ଟ୍ରି ହେଡ୍ ଦେବାଶିଷ ମହାନ୍ତି, ଏଲଆଇସିର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଏଲ. ପି. ଦାସ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖିଥିଲେ।
ଓଡ଼ିଶାର ମ୍ୟୁଚୁଆଲ୍ ଫଣ୍ଡ୍ ବଜାର ବଢ଼ୁଛି
/sambad/media/post_attachments/wp-content/uploads/2018/12/538a27fb1ce25.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)