ପୂର୍ବତଟ ରେଳବାଇରୁ ଓ୍ଵାଲଟିୟର ଡିଭିଜନକୁ କାଢିନେବା ଯୋଜନାକୁ ଓଡ଼ିଶାର ବିରୋଧ

ଭୁବନେଶ୍ୱର : ଭୁବନେଶ୍ୱରରେ ମୁଖ୍ୟ କାର୍ଯ୍ୟାଳୟ ଥିବା ପୂର୍ବତଟ ରେଳବାଇ ଅଧିନରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସ୍ଥିତ ଓ୍ଵାଲଟିୟର ରେଳ ଡିଭିଜନକୁ କାଢିନେବାକୁ କେନ୍ଦ୍ର ସରକାର କରୁଥିବା ଯୋଜନାକୁ ଓଡ଼ିଶା ସରକାର ବିରୋଧ କରିଛନ୍ତି । ରେଳ ମନ୍ତ୍ରାଳୟର ଏପରି ନିଷ୍ପତ୍ତି ଏକପାଖିଆ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଏକ ପତ୍ର ଲେଖି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ ରେଳବାଇର ସବୁଠାରୁ ଅଧିକ ରାଜସ୍ୱ ଓଡ଼ିଶାରୁ ଆସିଥାଏ ।

ଖଣିଜ ସଂପଦ ଓ ଶିଳ୍ପ ସମୃଦ୍ଧ ଓଡ଼ିଶାରୁ ମାଲ ପରିବହନ ବାବଦରେ ଶହ ଶହ କୋଟି ଟଙ୍କାର ରାଜସ୍ୱ ରେଳବାଇକୁ ମିଳିବା ସତ୍ତ୍ୱେ ଓଡ଼ିଶାରେ ରେଳବାଇର ସଂପ୍ରସାରଣ ସେତେଟା ସନ୍ତୋଷଜନକ ନୁହେଁ । ଏସବୁ ସତ୍ତ୍ୱେ ପୂର୍ବତଟ ରେଳବାଇ ଅଧିନରୁ ଓ୍ଵାଲଟିୟର ଡିଭିଜନକୁ କାଢିନେବା ଦୁର୍ଭାଗ୍ୟଜନକି । ବରଂ ପୂର୍ବତଟ ରେଳବାଇର ଆହୁରି ସଂପ୍ରସାରଣ କରାଯାଇ ସମଗ୍ର ଓଡ଼ିଶାର ଅଂଚଳକୁ ସେଥିରେ ଅନ୍ତର୍ଭୁକ୍ତ କରିବାକୁ ନବୀନ ଦାବି କରିଛନ୍ତି । ସେ କହିଛନ୍ତି ଯେ ପୂର୍ବତଟ ରେଳବାଇରେ ଆଉ ୩ଟି ଡିଭିଜନ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ । ଏହି ଡିଭିଜନଗୁଡ଼ିକ ରାଉରକେଲା, କେନ୍ଦୁଝର ବା ଯାଜପୁରରୋଡ ଓ ରାୟଗଡ଼ାଠାରେ ସ୍ଥାପନ ହେବା ଆବଶ୍ୟକ ବୋଲିି ନବୀନ କହିଛନ୍ତି ।

ସମ୍ବନ୍ଧିତ ଖବର