ଭୁବନେଶ୍ବର: ଗତ ମାର୍ଚ୍ଚ ମାସ ବାବଦରେ ଓଡ଼ିଶାକୁ କେନ୍ଦ୍ର ସରକାର ୩୨୮ କୋଟି ୭୮ ଲକ୍ଷ ଟଙ୍କା ଜିଏସ୍ଟି କ୍ଷତିପୂରଣ ରାଶି ବାବଦରେ ପ୍ରଦାନ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷର ଫେବ୍ରୁଆରି ମାସ ପର୍ଯ୍ୟନ୍ତ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଜିଏସଟି କ୍ଷତିପୂରଣ ପ୍ରଦାନ କରିଥିବାବେଳେ ଗତକାଲି ମାର୍ଚ୍ଚ ମାସ ବାବଦରେ ଏହି ରାଶି ପ୍ରଦାନ କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ଜିଏସଟି କ୍ଷତିପୂରଣ ବାବଦରେ ୫୬୩ କୋଟି ୩୫ ଲକ୍ଷ ଟଙ୍କା ମାଗିଥିବାବେଳେ କେନ୍ଦ୍ର ସରକାର ୩୨୮ କୋଟି ୭୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଅବଶିଷ୍ଟ ପ୍ରାୟ ୨୩୫ କୋଟି ଟଙ୍କା ଏ ବାବଦରେ ରାଜ୍ୟକୁ ମିଳିବ। ତେବେ ଏହି ରାଶି ଏଜି ଅଡିଟ୍ ପରେ ହିଁ ମିଳିବା ସମ୍ଭାବନା ରହିଛି। ଏଥିସହିତ ଏଜି ଅଡିଟ୍ ପରେ କେନ୍ଦ୍ର ସରକାର ୨୦୧୮-୧୯ ଆର୍ଥିକ ବର୍ଷର ଜିଏସ୍ଟି କ୍ଷତିପୂରଣ ରାଶି ବାବଦରେ ୪୫୬ କୋଟି ଟଙ୍କା ମଧ୍ୟ ଦେବେ। ଅନ୍ୟପକ୍ଷରେ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ୪ ମାସ ବିତିବାକୁ ବସିଥିବାବେଳେ ରାଜ୍ୟକୁ ଜିଏସ୍ଟି କ୍ଷତିପୂରଣ ବାବଦରେ ଏପର୍ଯ୍ୟନ୍ତ ଟଙ୍କାଟିଏ ମିଳିନାହିଁ। ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇମାସ ଅର୍ଥାତ ଏପ୍ରିଲ ଏବଂ ମେ’ ମାସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ନିକଟରେ ପାଖାପାଖି ୧୧୦୦ କୋଟି ଟଙ୍କାର ଜିଏସ୍ଟି କ୍ଷତିପୂରଣ ଦାବି କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି। କିନ୍ତୁ ଏ ନେଇ କୌଣସି ଅର୍ଥ ପ୍ରଦାନ କରାଯାଇନାହିଁ। ଆଗାମୀ ଦିନରେ ହେବାକୁ ଥିବା ଜିଏସ୍ଟି ପରିଷଦ ବୈଠକରେ ଏ ନେଇ ରାଜ୍ୟ ପକ୍ଷରୁ ଦାବି କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।
ଓଡ଼ିଶାକୁ ମିଳିଲା ୩୨୯ କୋଟି ଜିଏସ୍ଟି କ୍ଷତିପୂରଣ
/sambad/media/post_attachments/wp-content/uploads/2020/07/GST.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)