ଚୀନ୍‌ର ଗ୍ବାଙ୍ଗଝାଓରେ ଓଡ଼ିଶାର ରୋଡ୍‌ ସୋ’

ଭୁବନେଶ୍ବର: ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବା ଲକ୍ଷ୍ୟ ନେଇ ଚୀନ୍‌ର ଗ୍ବାଙ୍ଗ୍‌ଝାଓ ସହରରେ ଓଡ଼ିଶା ପକ୍ଷରୁ ଏକ ରୋଡ୍ ସୋ’ ଆୟୋଜନ କରାଯାଇଛି। ରାଜ୍ୟ ଏମ୍ଏସ୍‌ଏମ୍ଇ ମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟ ଶଙ୍କର ମିଶ୍ରଙ୍କ ନେତୃତ୍ବରେ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀ ଓ ଉଦ୍ୟୋଗୀମାନଙ୍କ ଏକ ପ୍ରତିନିଧି ଦଳ ସେଥିରେ ସାମିଲ ହୋଇଛନ୍ତି। ଚୀନ୍‌ର ଡାଙ୍ଗୱାଙ୍ଗ୍‌ ସହରର ନାଇନ୍ ଡ୍ରାଗନ୍ ପେପର୍ (ହୋଲଡିଂ) କଂପାନି ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ଏହି ରୋଡ୍ ସୋ’ରେ ଚୀନ୍‌ର ଅନେକ ଉଦ୍ୟୋଗ ଯୋଗ ଦେଇଥିଲେ। ଓଡ଼ିଶାରେ ଶିଳ୍ପ ସଂସ୍ଥା ସ୍ଥାପନ କଲେ ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ଉପସ୍ଥିତ ଉଦ୍ୟୋଗୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ଇପିକଲ୍‌ର ପରିଚାଳନା ନିର୍ଦେଶକ ନୀତୀନ ଜୱାଲେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର