ଓଡ଼ିଶା ସ୍ବଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ‘ଏକ୍ୟୁ’ ଆରମ୍ଭ

ଭୁବନେଶ୍ବର: ରାଜ୍ୟ ଅର୍ଥ ବିଭାଗ ତରଫରୁ ଓଡ଼ିଶା ସ୍ବଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ଏକ୍ୟୁ ସିରିଜ୍‌ ଆରମ୍ଭ କରାଯାଇଛି। ୨୦୧୯ର ଏହି ଯୋଜନାରେ ଚଳିତ ମାସ ୫ ତାରିଖରୁ ଜମାକାରୀଙ୍କ ପାଇଁ ୱେବ ଉତ୍ପନ୍ନ ମାଗଣା ପ୍ରୋତ୍ସାହନ କୁପନ ବିତରଣ ଆରମ୍ଭ ହୋଇଛି ଯାହା ୨୦୨୦ ଫେବ୍ରୁଆରି ୨୯ ପର୍ଯ୍ୟନ୍ତ ଜାରି ରହିବ।

ଯେଉଁ ଜମାକାରୀମାନେ ଡାକ ଘର କିମ୍ବା ବ୍ୟାଙ୍କରେ ଯେକୌଣସି ସ୍ବଳ୍ପ ସଞ୍ଚୟ ସ୍କିମ୍‌ରେ ବର୍ଷକୁ ଅତି କମରେ ୨ ହଜାର ଟଙ୍କା ଜମା କରିଥିବେ ସେମାନେ ଏହି ଯୋଜନାରେ ଅଂଶଗ୍ରହଣ କରିପାରିବେ। ପ୍ରତି ଦୁଇ ହଜାର ଟଙ୍କାର ଜମାରାଶି ପାଇଁ ଗୋଟିଏ ମାଗଣା କୁପନ୍ ମିଳିବ। ସମସ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ତତ୍ତ୍ବାବଧାନରେ ଏହି କୁପନ୍‌ ଉପଲବ୍ଧ ହେବ। ଏହି ଯୋଜନାର ରାଜ୍ୟ ସ୍ତରୀୟ ଉଠାଣ ୨୦୨୦ ଫେବ୍ରୁଆରି ୨୯ରେ ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବ। ସମୁଦାୟ ୭ଟି ବର୍ଗରେ ମୋଟ ୭୪ ଲକ୍ଷ ଟଙ୍କାର ୨୪୨୮ଟି ପୁରସ୍କାର ପ୍ରଦାନ କରାଯିବ। ୨୦୧୮ରେ ସେହି ସଂଖ୍ୟା ୮୮,୬୬,୭୧୭କୁ ବୃଦ୍ଧି ପାଇଥିଲା। ଚଳିତ ବର୍ଷ ମଧ୍ୟ ଏହି ଯୋଜନାରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ଅର୍ଥ ବିଭାଗ ଆଶା ରଖିଛି।

ସମ୍ବନ୍ଧିତ ଖବର