ଏସ୍‌ଟିପିଆଇରେ ଓଡ଼ିଶା ଷ୍ଟାର୍ଟଅପ୍ କନ୍‌କ୍ଲେଭ୍‌

ଭୁବନେଶ୍ୱର : ଗୋଠପାଟଣାସ୍ଥିତ ସଫ୍ଟଓୟାର ଟେକ୍ନୋଲୋଜି ପାର୍କ (ଏସଟିପିଆଇ)ରେ ଓଡ଼ିଶା ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ୨୦୨୨ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଇଲେକ୍ଟ୍ରୋନିକ୍ସ ଓ କମ୍ପ୍ୟୁଟର ପ୍ରମୋସନ କାଉନ୍‌ସିଲ ଏବଂ ଏସ୍‌ଟିପିଆଇର ମିଳିତ ସହଯୋଗରେ ଏହାକୁ ଆୟୋଜନ କରାଯାଇଛି। ଏହାକୁ ରାଜ୍ୟ ଆଇଟି ସଚିବ ମନୋଜ କୁମାର ମିଶ୍ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଇଏସ୍‌ସିର ଅଧ୍ୟକ୍ଷ ଅଶ୍ବିନୀ କୁମାର ରଥ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଇଏସ୍‌ର ଜାତୀୟ ଅଧ୍ୟକ୍ଷ ଗୁରମିତ୍‌ ସିଂହ ଷ୍ଟାର୍ଟଅପ୍ ଓ ନିବେଶକମାନଙ୍କ ମଧ୍ୟରେ ସମ୍ପର୍କର ଗୁରୁତ୍ବ ଉପରେ ଆଲୋଚନା କରିଥିଲେ। ଏସ୍‌ଟିପିଆଇର ନିର୍ଦେଶକ ମାନସ ପଣ୍ଡା ଏବଂ ଓଡ଼ିଶା ଚାପ୍ଟର ଇଏସ୍‌ସିର ସଭ୍ୟ ସ୍ବରୂପ ମହାପାତ୍ର ଉପସ୍ଥିତ ଥିଲେ। ଗ୍ରାଣ୍ଟ ଥର୍‌ଟନ୍‌ କନ୍‌କ୍ଲେଭ୍‌ର ନଲେଜ୍ ପାର୍ଟନର ଥିଲା। ଏଭଳି ସମ୍ମିଳନୀ ଆୟୋଜନ କରିବାକୁ ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ଗୁଜରାଟ, ପଞ୍ଜାବ, ତାମିଲନାଡୁ, ଓଡ଼ିଶା, ନୂଆଦିଲ୍ଲୀ ଓ କର୍ଣ୍ଣାଟକ ଆଦି ରାଜ୍ୟ ଆଗ୍ରହ ଦେଖାଇଥିବା କନ୍‌କ୍ଲେଭ୍‌ରେ କୁହାଯାଇଛି।

ସମ୍ବନ୍ଧିତ ଖବର