ଓଡ଼ିଶା ଫିନଟେକ୍ ଷ୍ଟାର୍ଟଅପ ‘ଆଇ-ସର୍ଭୟୁ’କୁ ମିଳିଲା ୧୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ

୩ ବର୍ଷରେ ସୃଷ୍ଟି କରିବ ୧୫୦୦ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: କମାଲ କରିଛି ଓଡ଼ିଶାର ଫିନଟେକ ଷ୍ଟାର୍ଟଅପ୍ ‘ ଆଇ-ସର୍ଭୟୁ’। କଂପାନୀର ୧୦୦ କୋଟି ଟଙ୍କାର ପୁଞ୍ଜି ଲଗାଣ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ମୁମ୍ବାଇ  ନିୟୋଜିନ ଫିନଟେକ୍  ଶହେ କୋଟି ଟଙ୍କାର ପୁଞ୍ଚି ପର୍ଯ୍ୟାୟ କ୍ରମେ ଆଇ-ସର୍ଭୟୁରେ ନିବେଶ କରୁଛି। ଆଇ-ସର୍ଭୟୁ ଏହି ପୁଞ୍ଜି ଟେକନୋଲୋଜି ବିକାଶ ଓ ନିଯୁକ୍ତି ସୂଯୋଗ ତିଆରି କରିବା ଦିଗରେ ବିନିଯୋଗ କରିବ ବୋଲି କଂପାନୀ ପକ୍ଷରୁ  କୁହାଯାଇଛି। ଏହା ସହ ଆଗମୀ ୩ ବର୍ଷରେ ଆଇ-ସର୍ଭୟୁ ଭୁବନେଶ୍ବରରେ  ଇଂଜିନିୟରିଙ୍ଗ କ୍ଷେତ୍ରରେ ପ୍ରାୟ ୧୫୦୦  ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଆଇ-ସର୍ଭୟୁ ଗ୍ରାହକଙ୍କ ପାଇଁ ଆଣିଛି   ପ୍ରିମିୟର ଏପିଆଇ ଇନଫ୍ରାଷ୍ଟ୍ରକଚର ପ୍ଲାଟଫର୍ମ । ଫାଇନାନସିଆଲ ସର୍ଭିସେସ ପ୍ରଦାନ କରୁଥିବା କମ୍ପାନି, ମାଇକ୍ରୋଫାଇନ୍ସ ସେବା ଯୋଗାଇ ଦେଉଥିବା କମ୍ପାନି ମାନେ ଏବେ ଆଇ-ସର୍ଭୟୁ ପ୍ଲାଟଫର୍ମ ବ୍ୟବହାର କରି ସହଜରେ ବ୍ୟାଙ୍କିଙ୍ଗ  ସର୍ଭିସେସ ନିଜ ଗ୍ରାହକ ମାନଙ୍କୁ ଯୋଗାଇ ଦେଇ ପାରିବେ। ବ୍ୟାଙ୍କିଙ୍ଗ ସେବା ଦେବା ପାଇଁ ସମସ୍ତ ଟେକ୍ନୋଲୋଜି ସହାୟତା, ଆପ୍ଲିକେସନ ଆଇ-ସର୍ଭୟୁ ତିଆରି କରିଛି। ଆଇ-ସର୍ଭୟୁ ଆରବିଆଇ ଗାଇଡ ଲାଇନ ଅନୁଯାୟୀ , ବିଭିନ୍ନ କମର୍ସିଆଲ ବ୍ୟାଙ୍କ ସହ ଅନୁବନ୍ଧିତ ହୋଇଥିବାରୁ ଆଇ-ସର୍ଭୟୁ ପ୍ଲାଟଫର୍ମ ମାଇକ୍ରୋଫାଇନ୍ସ କମ୍ପାନି ଓ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ପାଇଁ ବେଶ୍ ଉପଯୋଗୀ ରହିବ।

ଆଗ୍ରହୀ ଥିବା କମ୍ପାନି  ଆଇ-ସର୍ଭୟୁ ପ୍ଲାଟଫର୍ମ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ଋଣ ଦେବା,  ଅର୍ଥ ଜମା କରିବା, ଟଙ୍କା ଉଠାଇବା, ରେମିଟାନ୍ସ ଓ ବିମା ଆଦି ସେବା ସହଜରେ ଗ୍ରାହକ ମାନଙ୍କୁ ଦେଇପାରିବେ। ପୁଞ୍ଜି ବିନିଯୋଗର ପ୍ରଥମ ପର୍ଯ୍ୟାୟରେ ନିୟୋଜିନ ୫୦ କୋଟି ଟଙ୍କା  ଓ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୫୦ କୋଟି ଟଙ୍କା ବିନିଯୋଗ କରିବ ।

 

ସମ୍ବନ୍ଧିତ ଖବର