ଭୁବନେଶ୍ବର: ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍) ସଂଗ୍ରହରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଚଳିତ ବର୍ଷ ଏପ୍ରିଲ୍ ୨୫ ସୁଦ୍ଧା ୧,୦୮,୨୧୨.୪୨ କୋଟି ଟଙ୍କାର ଡିଏମ୍ଏଫ୍ ପାଣ୍ଠି ସଂଗ୍ରହ କରାଯାଇଥିଲା। ସେଥିରୁ କେବଳ ଓଡ଼ିଶା ୩୧,୩୨୪ କୋଟି ଟଙ୍କା ସଂଗ୍ରହ କରିଛି। ଫଳରେ ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ମଧ୍ୟରେ ଓଡ଼ିଶା ଶୀର୍ଷରେ ରହିଛି। କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଜାତୀୟ ସ୍ତରୀୟ କର୍ମଶାଳାରେ ମାର୍ଗଦର୍ଶିକା ଅନୁସାରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର ଯୋଜନା (ପିଏମକେକେଵାଇ) କାର୍ଯ୍ୟକାରୀ କରି ଡିଏମ୍ଏଫ୍ର ଉଲ୍ଲେଖନୀୟ ଉପଯୋଗିତା ପାଇଁ ଓଡ଼ିଶାକୁ ପ୍ରଶଂସା କରାଯାଇଥିଲା। ରାଜ୍ୟ ସରକାରଙ୍କ ତରଫରୁ ଯୋଜନା ଓ ସଂଯୋଜନ ବିଭାଗ ଅତିରିକ୍ତ ସଚିବ ପ୍ରଦ୍ୟୁମ୍ନ କୁମାର ମହାକୁଡ଼ ପ୍ରଶଂସା ପତ୍ର ଗ୍ରହଣ କରିବା ସହ ସମ୍ବର୍ଦ୍ଧିତ ହୋଇଥିଲେ। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡି ମଧ୍ୟ ଓଡ଼ିଶାକୁ ପ୍ରଶଂସା କରିଥିଲେ। ଏହି ଅବସରରେ କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଏବଂ କେନ୍ଦ୍ର ଖଣି ସଚିବ ସଚିବ ଏଲ୍ କାନ୍ଥା ରାଓ ଉପସ୍ଥିତ ଥିଲେ। କେନ୍ଦୁଝର ସମେତ ୪ଟି ଜିଲ୍ଲାର ଜିଲ୍ଲାପାଳ ଡିଏମ୍ଏଫ୍ ପାଣ୍ଠି ସଂଗ୍ରହ ଓ ଉପଯୋଗିତାରେ କିଭଳି ସ୍ବଚ୍ଛତା ବଜାୟ ରଖାଯାଉଛି, ତାହା ଜଣାଇଥିଲେ। କର୍ମଶାଳାରେ ଏକ କଫିଟେବୁଲ୍ ବୁକ୍ ଉନ୍ମୋଚିତ ହୋଇଥିଲା । ବିଭିନ୍ନ ରାଜ୍ୟରୁ ସ୍ୱୟଂ ସହାୟିକା ଗୋଷ୍ଠୀମାନେ ନୂଆଦିଲ୍ଲୀସ୍ଥିତ ଜନପଥ ଠାରେ ଆୟୋଜିତ ହାଣ୍ଡଲୁମ ହାଟରେ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ।
ଦେଶର ୨୩ଟି ରାଜ୍ୟର ୬୪୬ଟି ଜିଲ୍ଲାରେ ଡିଏମଏଫ୍ ପ୍ରତିଷ୍ଠା କରାଯାଇଛି । ଡିଏମଏଫ୍ ପାଣ୍ଠି ସ୍ଥାପନରେ ଏହା ଚଳିତ ବର୍ଷ ଏକ ଦଶନ୍ଧି ପୂରଣ କରିଛି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ଯୋଜନାରେ ଡିଏମ୍ଏଫ୍ ପାଣ୍ଠି ଉପଯୋଗ କରାଯାଉଛି ।
ଡିଏମ୍ଏଫ୍ ପାଣ୍ଠି ସଂଗ୍ରହରେ ଓଡ଼ିଶା ପ୍ରଥମ
ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍) ସଂଗ୍ରହରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଚଳିତ ବର୍ଷ ଏପ୍ରିଲ୍ ୨୫ ସୁଦ୍ଧା ୧,୦୮,୨୧୨.୪୨ କୋଟି ଟଙ୍କାର ଡିଏମ୍ଏଫ୍ ପାଣ୍ଠି ସଂଗ୍ରହ କରାଯାଇଥିଲା। ସେଥିରୁ କେବଳ ଓଡ଼ିଶା ୩୧,୩୨୪ କୋଟି...
/sambad/media/media_files/2025/07/10/asdfghj-2025-07-10-05-56-49.jpg)