ଭୁବନେଶ୍ବର: ଖଣିଜ ପଦାର୍ଥ ଉତ୍ତୋଳନ, ନିଲାମ ଓ ପରିଚାଳନାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶାକୁ ରାଷ୍ଟ୍ରୀୟ ଖଣିଜ ବିକାଶ ପ୍ରଥମ ପୁରସ୍କାର ମିଳିଛି। ଏ ବାବଦରେ ରାଜ୍ୟକୁ ୩ କୋଟି ଟଙ୍କା ମିଳିଛି। ଏହି ସଫଳତା ସହ ଅନ୍ୟାନ୍ୟ ଖଣିଜ ବ୍ଲକ୍ଗୁଡ଼ିକର ନିଲାମ ନିମନ୍ତେ ଦ୍ବିତୀୟ ପୁରସ୍କାର ବାବଦକୁ ଓଡ଼ିଶା ୨ କୋଟି ଟଙ୍କାର ପୁରସ୍କାର ପାଇଛି। ଗତ ମଙ୍ଗଳବାର ନୂଆଦିଲ୍ଲୀଠାରେ ଆୟୋଜିତ ଷଷ୍ଠ ଜାତୀୟ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଉପସ୍ଥିତିରେ ଓଡିଶାର ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏହି ପୁରସ୍କାର ଗ୍ରହଣ କରିଥିଲେ।
ଆଜି ବିଧାନସଭାର ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମଲ୍ଲିକ ଓଡ଼ିଶା ସରକାରଙ୍କ ଦ୍ବାରା ଖଣିଜ କ୍ଷେତ୍ରରେ ୫ଟି ପ୍ରୟୋଗ ସହ ଗ୍ରହଣ କରାଯାଇଥିବା ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଦେଶରେ ଲୁହା ପଥର ଆବଶ୍ୟକତାର ୫୦ ପ୍ରତିଶତ ଓଡିଶା ପୂରଣ କରୁଛି ବୋଲି ସେ କହିଛନ୍ତି। ରାଜ୍ୟ ସରକାର ୩୭ଟି ଖଣିର ନିଲାମ କରିସାରିଛନ୍ତି। ସେଥିରୁ ୨୩ଟି ଖଣି କାର୍ଯ୍ୟକ୍ଷମ ହୋଇସାରିଛି। ଚଳିତ ବର୍ଷ ଆଉ ୧୫ଟି ଖଣି ନିଲାମ ପ୍ରକ୍ରିୟା ନିମନ୍ତେ ପ୍ରସ୍ତୁତ ରହିଛି। ୨୦୨୧-୨୨ରେ ସରକାର ୪୯,୫୩୦ କୋଟି ଟଙ୍କାର ଖଣି ରାଜସ୍ବ ପାଇଥିଲେ ଯାହା ପୂର୍ବବର୍ଷ ତୁଳନାରେ ୨୧.୭୮% ଅଧିକ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/5gd4j654dgj65gjd456dg.jpg)