ଭୁବନେଶ୍ବର: ପୂଜା ଏବଂ ଦୀପାବଳି ଉପଲକ୍ଷେ ରାଜ୍ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଗ୍ରାହକଙ୍କ ପାଇଁ ‘ବାଏ ୱାନ୍ ଗେଟ୍ ଟୁ’ ଅଫର୍ ଘୋଷଣା କରାଯାଉଛି। ବଛା ବଛା ପ୍ରିମିୟମ ଉତ୍ପାଦ କ୍ରୟ କରୁଥିବା ଗ୍ରାହକମାନେ କମ୍ପାନି ଠାରୁ ଗୋଟିଏ ଉପହାର ପାଉଥିବାବେଳେ ରାଜ୍ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଗୋଟିଏ ଉପହାର ପ୍ରଦାନ କରାଯାଉଛି। ଏଥିସହିତ କାର୍ଡରେ ସାମଗ୍ରୀ କିଣୁଥିବା ଗ୍ରାହକମାନଙ୍କୁ କେତେକ ବ୍ୟାଙ୍କ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପ୍ରଦାନ କରୁଛନ୍ତି। ଚଳିତବର୍ଷ ବିଭିନ୍ନ କମ୍ପାନି ବଜାରକୁ ଆଣିଥିବା ଅତ୍ୟାଧୁନିକ ପ୍ରଯୁକ୍ତି ବିଶିଷ୍ଟ ଓଏଲଇଡି ଏବଂ କ୍ୟୁଏଲଇଡି ଟିଭି ସମେତ ରେଫ୍ରିଜରେଟର, ଏସି, ୱାଟର ପ୍ୟୁରିଫାୟର ଅଧିକ ସଂଖ୍ୟାରେ ବିକ୍ରି ହେବ ବୋଲି ଆଶା ରହିଛି। ସରକାରୀ ଓ ବେସରକାରୀ କର୍ମଚାରୀମାନେ ଫେଷ୍ଟିଭାଲ ଆଡଭାନ୍ସ ସହିତ ପୂଜା ବୋନସ ପାଇଲେ ନବରାତ୍ରିରୁ ବିକ୍ରି ବଢ଼ିବା ଆଶା ରହିଛି ବୋଲି ରାଜ୍ ଇଲେକଟ୍ରୋନିକ୍ସର ତତ୍ତ୍ବାବଧାୟକ ପ୍ରକାଶ କୁମାର ବିଶ୍ବାଳ କହିଛନ୍ତି। ସେ କହିଛନ୍ତି, ବିଶ୍ବାଳ ଏବଂ ରାଜ୍ ଗ୍ରୁପ୍ର ସୋ’ରୁମ୍ ରାଜ୍ୟର ବିଭିନ୍ନ ସହରରେ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ ପୂଜା ସମୟରେ ୫୦ ପ୍ରତିଶତ ଅଧିକ ବ୍ୟବସାୟ ଆଶା ରହିଛି। ସମଗ୍ର ବର୍ଷର ପ୍ରାୟ ୨୫ ପ୍ରତିଶତ ବ୍ୟବସାୟ କେବଳ ପୂଜା ବେଳେ ହୋଇଥାଏ। ପାଗ ଭଲ ରହିଲେ ବ୍ୟବସାୟ ଭଲ ରହିବ ବୋଲି ସେ କହିଛନ୍ତି। ରାଜ୍ୟର ବିଭିନ୍ନ ସହରରେ ରାଜ୍ ଇଲେକଟ୍ରୋନିକ୍ସ ଓ ବିଶ୍ବାଳ ସେଲ୍ସର ପ୍ରାୟ ୨୦ଟି ସୋ’ରୁମ୍ ରହିଛି।