ଟାଟା କାର୍ ଉପରେ ଅଫର୍

ରାଉରକେଲା: ଟାଟା ମୋଟର୍ସର ରାଉରକେଲାରେ ଥିବା ଡିଲର୍‌ସିପ୍ ବଳରାମ ମୋଟର୍ସ ପକ୍ଷରୁ କାର୍‌ ଉପରେ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। କଂପାନିର ଟିଆଗୋ, ଟିଗୋର୍, ନେକ୍ସନ ଓ ହାରିଅର୍ ସମେତ ସବୁ ପ୍ରକାର କାର୍ ଉପରେ ଏହି ଅଫର ମିଳୁଛି। ସହଜ ଋଣ, ସୁଲଭ କିସ୍ତ ଭଳି ଅନେକ ସୁବିଧା ଗ୍ରାହକଙ୍କ ପାଇଁ ରହିଛି। ଗ୍ରାହକମାନେ ଟାଟା ଟିଆଗୋ କିମ୍ବା ଟିଗୋର୍‌କୁ ୬ ମାସ ପାଇଁ ମାତ୍ର ୫୦୦୦ ଟଙ୍କାରୁ ଆରମ୍ଭ ହେଉଥିବା ଏକ ସହଜ ଇଏମ୍‌ଆଇରେ କିଣିପାରିବେ।

ଏହି କିସ୍ତି ରାଶି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ଲାଗୁ ହେଉଛି ଏବଂ ଏହା ଏକ ସର୍ବାଧିକ ୫ ବର୍ଷର ଅବଧି ସମୟରେ ଧୀରେ ଧୀରେ ବଢିଥାଏ। ଯଦି ଗ୍ରାହକ ୫ ବର୍ଷର ଋଣ ଅବଧି ଉପରେ ବୁଲେଟ୍ ଇଏମ୍ଆଇ ବିକଳ୍ପର ଲାଭ ପାଇବାକୁ ଚାହୁଁନାହାନ୍ତି, ସେମାନେ ଏହି ଋଣକୁ ୭ ବର୍ଷ ପାଇଁ ନେଇପାରିବେ ଏବଂ ପ୍ରଥମ ୧୨ ମାସ ପାଇଁ ସର୍ବନିମ୍ନ ଇଏମ୍ଆଇ ବିକଳ୍ପ ବାଛିପାରିବେ। ଗ୍ରାହକମାନେ ନୂଆ ଟାଟା କାର୍ ଉପରେ ୬ ମାସ ଇଏମ୍ଆଇ ହଲିଡେ ମଧ୍ୟ ଉପଭୋଗ କରିପାରିବେ କିମ୍ବା ଦୀର୍ଘାବଧିର ଇଏମ୍ଆଇ ଯୋଜନା (୮ବର୍ଷ ପର୍ଯ୍ୟନ୍ତ)ର ଲାଭ ଉଠାଇପାରିବେ। ଟେଷ୍ଟ ଡ୍ରାଇଭ୍ ପାଇଁ କିମ୍ବା ବିଭିନ୍ନ ଅଫର୍ ସମ୍ପର୍କରେ ଅଧିକ ଜାଣିବାକୁ ଗ୍ରାହକମାନେ ୭୩୦୩୬୫୮୫୫୬/ ୧୮୦୦୨୦୯୮୨୮୨ରେ କଲ୍ କରି ବଳରାମ ମୋଟର୍ସ ସହ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର