ବ୍ରହ୍ମବରଦାରେ ଓଜିବିର ନୂଆ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ବ୍ରହ୍ମବରଦାଠାରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି)ର ଏକ ନୂଆ ଶାଖା ଉଦ୍‌ଘାଟିତ ହୋଇଯାଇଛି। ବ୍ୟାଙ୍କର ଅଧ୍ୟକ୍ଷ ବୃନ୍ଦାବନ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଶାଖାର ଉଦ୍‌ଘାଟନ କରିଥିଲେ। ୧୦ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଶ୍ରୀ ନାୟମ ଋଣ ମଞ୍ଜୁର କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚଣ୍ଡିଖୋଲ ଆଞ୍ଚଳିକ ପ୍ରବନ୍ଧକ ଅଞ୍ଜନ କୁମାର ଚାଟାର୍ଜୀ, ଆଞ୍ଚଳିକ କାର୍ଯ୍ୟାଳୟର ବରିଷ୍ଠ ପ୍ରବନ୍ଧକ ଶ୍ୟାମସୁନ୍ଦର ଦାଶ, ଶାଖା ପ୍ରବନ୍ଧକ ହରେକୃଷ୍ଣ ମହଲା, ମୁଖ୍ୟ କାର୍ଯ୍ୟାଳୟର ସାଧାରଣ ପ୍ରଶାସନ ବିଭାଗ ମୁଖ୍ୟ ମନୋଜ କୁମାର ମହାନ୍ତି ଓ ଆଇଟି ମୁଖ୍ୟ ଏସ. କେ. ବାସା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର