ଭୁବନେଶ୍ବର: କଳାହାଣ୍ଡିରେ ଓଏଚ୍ପିସି ପକ୍ଷରୁ ୬୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଏକ ପମ୍ପଡ୍ ଷ୍ଟୋରେଜ୍ ପ୍ଲାଣ୍ଟ ସ୍ଥାପନ କରାଯିବ। ଏହି ପ୍ରକଳ୍ପ ସମେତ ଆଜି ୪୬୭୧ କୋଟି ଟଙ୍କାର ବିଭିନ୍ନ ଅକ୍ଷୟ ଶକ୍ତି ପ୍ରକଳ୍ପକୁ ଶକ୍ତି ବିଭାଗର ସିଙ୍ଗଲ ୱିଣ୍ଡୋ କମିଟି ମଞ୍ଜୁରି ପ୍ରଦାନ କରିଛି। ଶକ୍ତି ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟିର ବୈଠକରେ ମଞ୍ଜୁର କରାଯାଇଥିବା ପ୍ରକଳ୍ପଗୁଡ଼ିକ ଦ୍ବାରା ରାଜ୍ୟର ଅକ୍ଷୟ ଶକ୍ତି କ୍ଷମତା ୭୪୯.୯ ମେଗାୱାଟ୍ ବଢ଼ିବ। ଓଏନ୍ଜିସି ତ୍ରିପୁରା ପାୱାର୍ କମ୍ପାନି ଲିମିଟେଡ୍ (ଓଟିପିସିଏଲ୍) ଦ୍ୱାରା ନବରଙ୍ଗପୁର, ଖୋର୍ଦ୍ଧା ଓ ଜଗତସିଂହପୁରରେ ୧୪୮.୫ ମେଗାୱାଟ୍ର ତିନିଟି ପବନ ଶକ୍ତି ପ୍ରକଳ୍ପ ଓ ଭୁବନେଶ୍ବରର ପଟିଆରେ ୧.୪ ମେଗାୱାଟ୍ର ରୁଫ୍ଟପ୍ ସୋଲାର ପ୍ରକଳ୍ପ ସ୍ଥାପନ କରାଯିବ।
୪୬୭୧ କୋଟିର ଅକ୍ଷୟ ଶକ୍ତି ପ୍ରକଳ୍ପ ମଞ୍ଜୁର
୩ଟି ଜିଲ୍ଲାରେ ପବନ ଶକ୍ତି ପ୍ରକଳ୍ପ
ରାଜ୍ୟ ଶକ୍ତି ବିଭାଗର ସିଙ୍ଗଲ୍ ୱିଣ୍ଡୋ କମିଟି ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧୨୪୯.୩୮ ମେଗାୱାଟ୍ର ଅକ୍ଷୟ ଶକ୍ତି ଉତ୍ପାଦନ କରିବା ଲାଗି ୮୩୯୫.୩୮ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛି। ଏହି ପୁଞ୍ଜି ନିବେଶ ପ୍ରସ୍ତାବଗୁଡ଼ିକ ୨୦୩୦ ସୁଦ୍ଧା ଓଡ଼ିଶାର ୧୦ ହଜାର ମେଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ। ଫଳରେ ସବୁଜ ଶକ୍ତି ବୃଦ୍ଧି, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଏବଂ ପରିବେଶ ସୁରକ୍ଷାରେ ଦୀର୍ଘସ୍ଥାୟୀ ଲକ୍ଷ୍ୟ ପୂରଣ ସହ ରାଜ୍ୟର ବିକାଶ ସମ୍ଭବ ହୋଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/0beBbtUFspEyHdpGy3d1.jpg)
