ଅଶୋଧିତ ତେଲ ୫୦ ଡଲାର ତଳକୁ ଖସିଲା

ଲଣ୍ଡନ: ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୫୦ ଡଲାର ତଳକୁ ହ୍ରାସ ପାଇଛି। ଏହାର ପ୍ରଭାବରେ ଭାରତରେ ପେଟ୍ରୋଲ୍ ଓ ଡିଜେଲ ଦର ହ୍ରାସ ପାଇବ। ଗତ ଅକ୍ଟୋବର ୩ରେ ଅଶୋଧିତ ତେଲ ଦର ୮୬ ଡଲାରରୁ ଅଧିକ ଥିଲା। ସେହି ସମୟରେ ଆକଳନ କରାଯାଉଥିଲା ଯେ, ଖୁବ୍‌ଶୀଘ୍ର ତେଲ ଦର ୧୦୦ ଡଲାରରୁ ଅଧିକ ହୋଇଯିବ। ମାତ୍ର ଇରାନରୁ ତେଲ କିଣିବା ପାଇଁ ଭାରତ ସମେତ ୮ଟି ଦେଶକୁ ଆମେରିକା ଅନୁମତି ଦେବା ପରେ ତେଲ ଦର ନିୟମିତ ଭାବେ ହ୍ରାସ ପାଉଛି। ନ୍ୟୁୟର୍କରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୪୯.୪୧ ଡଲାର ହୋଇଛି। ସାଉଦି ଆରବ ପକ୍ଷରୁ ତେଲ ଉତ୍ପାଦନ ବୃଦ୍ଧି କରାଯିବା ପରେ ବଜାରରେ ଅଧିକ ମାତ୍ରାରେ ତେଲ ଉପଲବ୍ଧ ହୋଇଛି। ଏହା ବ୍ୟତୀତ ଆମେରିକାରେ ସେଲ୍ ଗ୍ୟାସ୍‌ ଉତ୍ପାଦନ ମଧ୍ୟ ବଢ଼ିଛି। ଉଭୟ ପଟୁ ଯୋଗାଣ ବୃଦ୍ଧି ପାଉଥିବାରୁ ତେଲ ଦର ହ୍ରାସ ପାଉଛି।

ସମ୍ବନ୍ଧିତ ଖବର