୬ଟି ଏୟାରପୋର୍ଟରେ ଏୟାର ଇଣ୍ଡିଆକୁ ଇନ୍ଧନ ଯୋଗାଣ ବନ୍ଦ

ନୂଆଦିଲ୍ଲୀ : କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ବିମାନସେବା କମ୍ପାନି ଏୟାର ଇଣ୍ଡିଆକୁ ଇନ୍ଧନ ଦେବାକୁ ମନା କରିଦେଇଛନ୍ତି ତୈଳମାର୍କେଟିଂ କମ୍ପାନି । ପୂର୍ବ ବକେୟା ଥିବାରୁ ୬ଟି ଏୟାରପୋର୍ଟ କୋଚି, ପୁଣେ, ପାଟଣା, ରାଞ୍ଚି, ଭାଇଜାଗ ଓ ମୋହାଲିରେ ଏୟାରଇଣ୍ଡିଆ ବିମାନରେ ଇନ୍ଧନ ଭରିବାକୁ ତୈଳକମ୍ପାନିମାନେ ମନାକରିଦେଇଛନ୍ତି । ଏଥିପାଇଁ ଏୟାରଇଣ୍ଡିଆ ଅନ୍ୟ ଏୟାରପୋର୍ଟରେ ଦୁଇଗୁଣ ଇନ୍ଧନ ଭରି ଉଡାଣ ଆରମ୍ଭ କରୁଛି ଯେପରିକି ସେମାନେ ଏସବୁ ଏୟାରପୋର୍ଟକୁ ଆସି ଫେରିପାରିବେ ।  ଗତ ମାସରେ ମଧ୍ୟ ଇନ୍ଧନ ବନ୍ଦ କରିବାକୁ ଇଣ୍ଡିଆନ ଅଏଲ ଧମକ ଦେଇଥିଲା, କିନ୍ତୁ କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟର ହସ୍ତକ୍ଷେପ ପରେ ସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା ।

ସମ୍ବନ୍ଧିତ ଖବର