ଏପ୍ରିଲ ପ୍ରଥମାର୍ଦ୍ଧରେ ଦେଶରେ ପେଟ୍ରୋଲ,ଡିଜେଲ ଓ ଏଲପିଜି ବ୍ୟବହାର ହ୍ରାସ

ନୂଆଦିଲ୍ଲୀ : ଏପ୍ରିଲ ମାସର ପ୍ରଥମ ଭାଗରେ ଦେଶରେ ତେଲ ଓ ଏଲପିଜି ବ୍ୟବହାର ହ୍ରାସ ପାଇଛି ବୋଲି ଜଣାପଡିଛି । ଉଚ୍ଚ ଦର ଯୋଗୁଁ ବ୍ୟବହାର ହ୍ରାସ ପାଇଥିବା କୁହାଯାଉଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏପ୍ରିଲ ପ୍ରଥମଭାଗରେ ଦେଶରେ ପେଟ୍ରୋଲ ବ୍ୟବହାର ୧୦ ପ୍ରତିଶତ ଓ ଡିଜେଲ ବ୍ୟବହାର ୧୫.୬ ପ୍ରତିଶତ ହ୍ରାସ ପାଇଥିଲା । ପୂର୍ବରୁ ଗତ ୨୦୨୦ରେ ଲକଡାଉନ ଯୋଗୁଁ ଦେଶରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ ପାଇଥିଲା । କିନ୍ତୁ ଏଥର ଉଚ୍ଚ ଦର ଯୋଗୁଁ ବ୍ୟବହାର କମିଥିବା କୁହାଯାଉଛି । ଏପରିକି ମହାମାରୀ ବର୍ଷରେ ଏଲପିଜି ବ୍ୟବହାର ବଢିଥିବାବେଳେ ଚଳିତ ଏପ୍ରିଲ ମାସର ପ୍ରଥମ ଭାଗରେ ତାହା ୧.୭ ପ୍ରତିଶତ ହ୍ରାସ ପାଇଛି ।

ଗତ ମାସରେ ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ଶେଷ ହେବା ପରେ ସରକାରୀ ତେଲ କମ୍ପାନିମାନେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଦର ବଢାଇବା ଆରମ୍ଭ କରିଥିଲେ । ମାର୍ଚ୍ଚ ୨୨ରୁ ଏପ୍ରିଲ ୬ ମଧ୍ୟରେ ତେଲଦର ପ୍ରାୟ ୧୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ମାର୍ଚ୍ଚ ୨୨ରେ ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଥିଲା ।

ଗତ ବର୍ଷ ନଭେମ୍ବର ୩ରେ ସରକାର ଉତ୍ପାଦ ଶୁଳକ କମାଇଥିବାରୁ ପେଟ୍ରୋଲ ଲିଟର ପିଛା ୧୦ ଟଙ୍କା ଓ ଡିଜେଲ ୫ଟଙ୍କା କମିଥିଲା । ପରବର୍ତ୍ତୀ ୧୩୭ ଦିନ ପାଇଁ ତେଲଦର ଅପରିବର୍ତ୍ତିତ ରହିଥିଲା ।

 

 

ସମ୍ବନ୍ଧିତ ଖବର