ନୂଆଦିଲ୍ଲୀ : ଲକଡାଉନ ଓ ଉଚ୍ଚ ଦର ଯୋଗୁଁ ଭାରତରେ ପେଟ୍ରୋଲ ଓ ଡିଜେଲ ଚାହିଦା କମିଯାଇଛି । ଚଳିତ ମାସରେ ଏପର୍ଯ୍ୟନ୍ତ ଭାରତରେ ପେଟ୍ରୋଲ ବିକ୍ରି ଗତ ମାସର ସମାନ ସମୟ ତୁଳନାରେ ୬.୭ ପ୍ରତିଶତ ହ୍ରାସ ପାଇ ୮.୮ ଲକ୍ଷ ଟନରେ ପହଞ୍ଚିଛି । ସେହିପରି ଡିଜେଲ ବିକ୍ରି ଜୁନ ମାସର ସମାନ ସମୟ ତୁଳନାରେ ୧୮ ପ୍ରତିଶତ ହ୍ରାସ ପାଇ ୨.୨ ନିୟୁତ ଟନରେ ପହଞ୍ଚିଛି ।
ଗତ ଏପ୍ରିଲ ମାସରେ ଭାରତରେ ତୈଳ ବ୍ୟବହାର ବିଗତ କିଛି ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା । ଏହି ମାସରେ ତେଲ ବ୍ୟବହାର (୨୦୧୯ ଏପ୍ରିଲ ତୁଳନାରେ) ୪୬ ପ୍ରତିଶତ ହ୍ରାସ ପାଇ ୯.୯୨ ନିୟୁତ ଟନରେ ପହଞ୍ଚିଥିଲା । ଏହି ମାସରେ ସାରା ଦେଶରେ ଲକଡାଉନ ଲାଗୁ ହୋଇଥିବାରୁ ପେଟ୍ରୋଲ ଓ ଡିଜେଲ ବିକ୍ରି ହ୍ରାସ ପାଇଥିଲା । ତେବେ ମେ ଓ ଜୁନ ମାସରେ ସରକାର ଲକଡାଉନକୁ କିଛିଟା ଢିଲା କରିବା ପରେ ତେଲ ବ୍ୟବହାର ବୃଦ୍ଧି ପାଇଥିଲା ।
କିନ୍ତୁ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢିବା ସହ ବିଭିନ୍ନ ରାଜ୍ୟ ଲକଡାଉନ ଲାଗୁ କରିବା ଯୋଗୁଁ ପୁଣି ଥରେ ପେଟ୍ରୋଲ ଓ ଡିଜେଲ ବିକ୍ରି ହ୍ରାସ ପାଇଛି । ଆହୁରି ମଧ୍ୟ ତେଲଦର ବୃଦ୍ଧି ପାଇବା ଯୋଗୁଁ ମଧ୍ୟ ବିକ୍ରି ପ୍ରଭାବିତ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/petrol-price.jpg)