ତେଲ ଚାହିଦାରେ ଚୀନ୍‌କୁ ଟପିବ ଭାରତ

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତର ତେଲ ଚାହିଦା ବଢ଼ିବ। ଏକ୍ଷେତ୍ରରେ ଏହା ଚୀନ୍‌କୁ ଟପିଯିବ ବୋଲି ଏକ କନ୍‌ସଲ୍‌ଟାନ୍ସି ସଂସ୍ଥା ଆକଳନ କରିଛି। ଉଡ୍‌ ମାକି‌ଞ୍ଜେ ନାମକ ଏହି ସଂସ୍ଥା ଜଣାଇଛି ଯେ, ୨୦୧୮ରେ ଭାରତରେ ତେଲ ଚାହିଦା ୧୪% ହାରରେ ବଢ଼ିଥିଲା। ୨୦୧୯ରେ ମଧ୍ୟ ସମାନ ସ୍ଥିତି ବଜାୟ ରହିବ। ଏହା ଫଳରେ ତେଲ ଚାହିଦାରେ ଚୀନ୍‌କୁ ହଟାଇ ଭାରତ ଦ୍ବିତୀୟ ସ୍ଥାନରେ ପହଞ୍ଚିଯିବ। ଆମେରିକା କିନ୍ତୁ ଏକ ନମ୍ବର ସ୍ଥାନରେ ରହିବ। ପରିବହନରେ ବ୍ୟବହାର ହେଉଥିବା ତେଲ ଏବଂ ଡିଜେଲ ଓ ଘରେ ବ୍ୟବହାର ହେଉଥିବା ଏଲ୍‌ପିଜି ଯୋଗୁ ଭାରତରେ ତେଲ ଚାହିଦା ବଢ଼ିବ ବୋଲି ଏହି ସଂସ୍ଥା କହିଛି।

ସମ୍ବନ୍ଧିତ ଖବର