ଅଶୋଧିତ ତେଲ ଦର ୫୦ ଡଲାର ତଳେ

ନୂଆଦିଲ୍ଲୀ: ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୫୦ ଡଲାରରୁ କମ୍ ହୋଇଛି। ଗତ ଜୁଲାଇ ମାସ ପରେ ପ୍ରଥମ ଥର ପାଇଁ ତେଲ ଦର ଏତେ ନିମ୍ନ ସ୍ତରକୁ ଖସିଛି। ଏକ ବ୍ୟାରେଲ ଅଶୋଧିତ ତେଲ ମୂଲ୍ୟ ୪୯.୯୩ ଡଲାର ହୋଇଛି। ଏହି ତେଲ ଦର କମୁଥିବାରୁ ଭାରତରେ ପେଟ୍ରୋଲ ଓ ଡିଜେଲ୍‌ ଦର ଆହୁରି କମିବ।

ସମ୍ବନ୍ଧିତ ଖବର