ପୁଣି ବଢିଲା ତେଲଦର, ଓଡ଼ିଶାରେ ୮୦ ଛୁଇଁଲା ଡିଜେଲ୍

ନୂଆଦିଲ୍ଲୀ : ଶନିବାରଦିନ ପୁଣି ତେଲଦର ବୃଦ୍ଧି ପାଇଛି ।  ପେଟ୍ରୋଲ ଲିଟର ପିଛା ୨୭ ପଇସା ଓ ଡିଜେଲ ଲିଟର ପିଛା ୨୫ ପଇସା ବୃଦ୍ଧି  ପାଇଛି । ଅନ୍ତର୍ଜାତୀୟ ବଜାରରେ ତେଲଦର ବଢିଚାଲିଥିବାରୁ ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଯୋଗୁଁ  ଏହି ଦରବୃଦ୍ଧି ହୋଇଛି ବୋଲି କୁହାଯାଉଛି ।

ଏହି ବୃଦ୍ଧି ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଟ.୮୩.୧୩ ଓ ଡିଜେଲ ଲିଟର ପିଛା ଟ.୭୩.୩୨ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଟ.୮୩.୭୫ ଓ ଡିଜେଲ ଟ. ୭୯.୮୬ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ.୮୮.୭୯ ଓ ଡିଜେଲ ଟ.୮୪.୭୪ରେ ବିକ୍ରି ହେଉଛି ।  ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ.୮୪.୩୫ ଓ ଡିଜେଲ ଟ. ୮୦.୪୫, ବାଲେଶ୍ବରରେ ପେଟ୍ରୋଲ ଟ.୭୨.୨୫ ଓ ଡିଜେଲ ଟ.୭୧.୦୪ରେ ବିକ୍ରି ହେଉଛି ।

ଅନ୍ତର୍ଜାତୀୟ ବଜାରରେ  ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ପାଇବା କାରଣରୁ ତେଲଦର ପୁଣି ବୃଦ୍ଧି ପାଇବା ଆରମ୍ଭ କରିଛି । ବ୍ରେଣ୍ଟ କ୍ରୁଡ ମୂଲ୍ୟ ୪୯.୨୫ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୪୮.୧୮ ଡଲାରକୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର