ନୂଆଦିଲ୍ଲୀ : ଦେଶରେ ତେଲଦର ବୃଦ୍ଧିରେ ବିରାମ ଲାଗୁନାହିଁ । ତେଲକମ୍ପାନିମାନେ ଆଜି ପୁଣିଥରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨୫ ପଇସା ଲେଖାଏଁ ବୃଦ୍ଧି କରିଛନ୍ତି । ଏହା ଫଳରେ ଦେଶରେ ତେଲଦର ଏକ ନୂଆ ଉଚ୍ଚତାକୁ ଛୁଇଁଛି । ଗତ ମେ ୪ ପରଠାରୁ ଦେଶରେ ତେଲଦର ବଢିଚାଲିଛି ।
ଏହି ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଟ୯୫.୫୬ ଓ ଡିଜେଲ ଲିଟର ପିଛା ୮୬.୪୭ରେ ବିକ୍ରି ହେଉଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଟ.୧୦୧.୭୬ ଓ ଡିଜେଲ ଲିଟର ପିଛା ୯୩.୮୫ରେ ବିକ୍ରି ହେଉଛି ।
ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ଟ.୯୬.୩୦ ରେ ପହଞ୍ଚିଯାଇଛି । ସେହିପରି ଡିଜେଲ ଦର ୯୪.୨୩ ପହଞ୍ଚିଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି ।
ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ.୧୦୧.୩୭ ଓ ଡିଜେଲ ଟ.୯୯.୧୩ରେ ବିକ୍ରି ହେଉଛି । ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ.୯୬.୯୦ ଓ ଡିଜେଲ ଟ..୯୪.୮୨ ରେ ବିକ୍ରି ହେଉଛି ।