ତେଲଦରକୁ ନେଇ ଅକଳରେ କେନ୍ଦ୍ର ସରକାର

ନୂଆଦିଲ୍ଲୀ :  କ୍ରମାଗତଭାବେ ତେଲଦର ବୃଦ୍ଧି କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଆଗକୁ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଥିବାରୁ ମହଙ୍ଗା ତେଲକୁ ନେଇ ସରକାର ଅକଳରେ ପଡ଼ିଯାଇଛନ୍ତି ।

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ତେଲଦର ଯଦି ଏପରି ବଢିଚାଲେ, ତେବେ ସରକାର ସେଥିରେ ହସ୍ତକ୍ଷେପ କରିବେ । ବିଧାନସଭା ନିର୍ବାଚନ ପୂର୍ବରୁ ଏ ନେଇ ବିଭିନ୍ନ ରାଜନୈତିକ ଦଳଙ୍କ ମଧ୍ୟରେ ସହମତି ସୃଷ୍ଟି କରିବାକୁ ପଡ଼ିବ ।

ତେଲ ଉପରୁ ଉତ୍ପାଦ ଶୁଳ୍କ ଓ ଭାଟ ହ୍ରାସ ପାଇଁ କେନ୍ଦ୍ର ସରକାର ଏବେ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରୁଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଅତିକମରେ ୪-୫ ଟଙ୍କା କମାଇବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ।

ସରକାରଙ୍କ ଆଶା ଥିଲା ଯେ ଏପ୍ରିଲମାସରେ ଓପେକ ଦେଶମାନେ ତୈଳ ଉତ୍ପାଦନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେବେ । କିନ୍ତୁ ଗୁରୁବାର ହୋଇଥିବା ଓପେକ ଓ ଅଣ-ଓପେକ ତୈଳ ଉତ୍ପାଦନକାରୀ ରାଷ୍ଟ୍ରମାନଙ୍କ ବୈଠକରେ ଏପ୍ରିଲରେ ମଧ୍ୟ ଉତ୍ପାଦନ କାଟ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର  କମିବାର ସମ୍ଭାବନା କମ । ଏଣୁ କେବଳ ଟିକସ ହ୍ରାସ ହିଁ ତେଲଦର କମାଇବାର ଏକ ମାତ୍ର ପନ୍ଥା ରହିଯାଇଛି ।

ସମ୍ବନ୍ଧିତ ଖବର