କ୍ରମାଗତ ୨ୟ ଦିନ ପାଇଁ କମିଲା ପେଟ୍ରୋଲ, ଡିଜେଲ ଦର, ଭୁବନେଶ୍ବରରେ ଦର କେତେ ଜାଣନ୍ତୁ

ଭୁବନେଶ୍ବର : ଆଜି ପୁଣି ଥରେ ତେଲଦର ହ୍ରାସ ପାଇଛି । ପେଟ୍ରୋଲ ଲିଟର ପିଛା ୨୦ ପଇସା ଓ ଡିଜେଲ ଲିଟର ପିଛା ୨୧ ପଇସା କମିଛି । କ୍ରମାଗତ ୨ୟ ଦିନ ପାଇଁ ତେଲ ଦର କମିବା ଦ୍ବାରା ସାଧାରଣ ଖାଉଟିଙ୍କ ମଧ୍ୟରେ କିଞ୍ଚିତ ଆଶାର ସଂଚାର ହୋଇଛି ।

ଏହି ହ୍ରାସ ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଟ.୯୦.୭୮ ଓ ଡିଜେଲ ଲିଟର ପିଛା ଟ.୮୧.୧୦ରେ ବିକ୍ରି ହେଉଛି । ସେହିପରି ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ଟ.୯୧.୫୧ ରେ ପହଞ୍ଚିଯାଇଛି । ସେହିପରି ଡିଜେଲ ଦର ଟ.୮୮.୩୮ରେ ପହଞ୍ଚିଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ.୯୬.୧୬ ଓ ଡିଜେଲ ଟ.୯୨.୮୯ରେ ବିକ୍ରି ହେଉଛି ।  ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ.୯୨.୦୬ ଓ ଡିଜେଲ ଟ. ୮୮.୯୪ରେ ବିକ୍ରି ହେଉଛି ।

ଗତ କାଲି ଅର୍ଥାତ ବୁଧବାରଦିନ ପେଟ୍ରୋଲ ୧୮ ପଇସା  ଓ ଡିଜେଲ ୧୭ ପଇସା କମିଥିଲା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିବା ଯୋଗୁଁ ଦେଶରେ ତେଲଦର କମୁଥିବା କୁହାଯାଉଛି । ଇଣ୍ଡିଆନ ବାସ୍କେଟ କ୍ରୁଡ ଅଏଲ ଦର ବ୍ୟାରେଲ ପିଛା ୬୨.୭୧ ଡଲାରକୁ ହ୍ରାସ ପାଇଛି । ବ୍ରେଣ୍ଟ କ୍ରୁଡ ଅଏଲ ମୂଲ୍ୟ ୬୩.୫୩ ଡଲାରକୁ ହ୍ରାସ ପାଇଛି । ମାର୍ଚ୍ଚ ୧୧ ରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ୭୦ ଡଲାର ନିକଟବର୍ତ୍ତୀ ହୋଇଥିଲା ।

ସମ୍ବନ୍ଧିତ ଖବର