ଆଜିର ତେଲଦର : ପେଟ୍ରୋଲ କମିଲା, ଡିଜେଲ ବଢିଲା

ନୂଆଦିଲ୍ଲୀ : ବୁଧବାରଦିନ ପେଟ୍ରୋଲ ଦର ହ୍ରାସ ପାଇଛି । କିନ୍ତୁ ଡିଜେଲ ଦର କ୍ରମାଗତ ୭ମ ଦିନ ପାଇଁ ବୃଦ୍ଧି ପାଇଛି । ପେଟ୍ରୋଲ ଦର ଲିଟର ପିଛା ୮ ପଇସା ହ୍ରାସ ପାଇଥିବାବେଳେ ଡିଜେଲ ୧୨-୧୩ ପଇସା ମହଙ୍ଗା ହୋଇଛି । ଏହା ଫଳରେ  ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୦.୩୩ ଓ ଡିଜେଲ ଦର ଲିଟର ପିଛା ଟ.୬୪.୫୯ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି ।

ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଟ.୬୯.୩୪ ଓ ଡିଜେଲ ଟ. ୬୯.୨୪ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ ।  ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ.୭୩.୩୬ ଓ ଡିଜେଲ ଟ.୭୩.୨୭ରେ ବିକ୍ରି ହେଉଛି ।  ଅନ୍ତର୍ଜାତୀୟ ବଜାରରେ  ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ପାଇବା କାରଣରୁ ତେଲଦର ପୁଣି ବୃଦ୍ଧି ପାଇବା ଆରମ୍ଭ କରିଛି । ବ୍ରେଣ୍ଟ କ୍ରୁଡ ମୂଲ୍ୟ ୬୦.୬୧ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୫୬.୫୧ ଡଲାରକୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର