ଗତ ୧୦ ଦିନରେ ୯ ଥର ବଢିଛି ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଛି । ଗତ ୧୦ ଦିନରେ ୯ଥର ତେଲଦର ବଢିଛି । କିନ୍ତୁ ସୋମବାରଦିନ ଏହି ଦରବୃଦ୍ଧିରେ ବିରାମ ଲାଗିଛି । ଆଜି ତେଲ କମ୍ପାନିମାନେ ତେଲଦର ବୃଦ୍ଧି କରିନାହାନ୍ତି ।

ରବିବାରଦିନ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ଟ.୮୨.୯୫  ଓ ଡିଜେଲ୍ ଟ.୭୮.୮୭ ଥିଲା । ସୋମବାରଦିନ ମଧ୍ୟ ସେହି ଦର ଅପରିବର୍ତ୍ତିତ ରହିଛି ।

ମାତ୍ର ଗତ ୧୦ ଦିନରେ ୯ ଥର ବୃଦ୍ଧି ପାଇବା ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଗତ ୨ ବର୍ଷରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଗତ ୧୯ ତାରିଖଠାରୁ ପେଟ୍ରୋଲ ଲିଟର ପିଛା ୧ ଟଙ୍କା ୨୮ ପଇସା ଓ ଡିଜେଲ ୧ ଟଙ୍କା ୯୬ ପଇସା ବୃଦ୍ଧି ପାଇଛି ।

ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତେଲଦର ବୃଦ୍ଧି ଯୋଗୁଁ ଦେଶରେ ତେଲଦର ବଢିଚାଲିଛି ।  ଏବେ ଅନ୍ତର୍ଜାତୀୟ ବଜାରରେ  ବ୍ରେଣ୍ଟ କ୍ରୁଡ ମୂଲ୍ୟ ୪୭.୪୪ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୪୭.୪୧ ଡଲାରକୁ ବୃଦ୍ଧି ପାଇଛି ।  କରୋନା ଟିକା ବଜାରକୁ ଆସିବା ଆଶା ମଧ୍ୟରେ ବିଶ୍ବରେ ଅର୍ଥନୈତିକ ସ୍ଥିତି ସୁଧିରିବାର ଆଶା ସୃଷ୍ଟି ହୋଇଛି । ଫଳରେ ପୁଣି ତେଲ ଚାହିଦା ବୃଦ୍ଧି ପାଇବା ଆରମ୍ଭ କରିଛି । ଏହା ଫଳରେ ଅନ୍ତର୍ଜାତୀୟ ବଜାରରେ ତେଲଦର ବଢିଚାଲିଛି ।

ସମ୍ବନ୍ଧିତ ଖବର