କମିଲା ପେଟ୍ରୋଲ, ଡିଜେଲ ଦର, ଭୁବନେଶ୍ୱରରେ ଦର କେତେ ଜାଣନ୍ତୁ

ନୂଆଦିଲ୍ଲୀ : ଲଗାତାର ଅନେକ ଦିନ ଧରିି ବଢିବା ପରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଗତ ତିନିଦିନ ହେଲା ହ୍ରାସ ପାଉଛି । ଆଜି ପେଟ୍ରୋଲ ଦର ୧୩ ପଇସା ଓ ଡିଜେଲ ୧୨ ପଇସା ହ୍ରାସ ପାଇଛି ।

ଏହି ହ୍ରାସ ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୧ ଟଙ୍କା ୮୬ ପଇସା ଓ ଡିଜେଲ ଲିଟର ପିଛା ୭୨ ଟଙ୍କା ୯୩ ପଇସାକୁ ବୃଦ୍ଧି ପାଇଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୮ ଟଙ୍କା ୫୧ ପଇସା ଓ ଡିଜେଲ ୭୯ ଟଙ୍କା ୪୫ ପଇସାରେ ପହଞ୍ଚିଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଟ.୮୨.୪୧ ଓ ଡିଜେଲ ଟ. ୭୯.୩୫ ରେ ବିକ୍ରି ହେଉଛି । ତେବେ ଭାଟ୍‌ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ ।

ଅନ୍ତର୍ଜାତୀୟ ବଜାରରେ ଗତ କିଛି ଦିନଧରି ଅଶୋଧିତ ତେଲଦର ହ୍ରାସ ପାଇଥିବାରୁ ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ସ୍ଥିର ରହିଥିବା ଯୋଗୁଁ ଦେଶରେ ମଧ୍ୟ ତେଲଦର କମୁଥିବା କୁହାଯାଉଛି ।

ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ୩୯.୮୩ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୩୯.୭୦ ଡଲାରରେ ପହଞ୍ଚିଛି । ଗତ ଏପ୍ରିଲ ମାସରେ ଅଶୋଧିତ ତେଲ ଦର ଶୂନ ତଳକୁ ଖସିଯାଇଥିଲା । କିନ୍ତୁ ଉତ୍ପାଦନ ହ୍ରାସ ପାଇଁ ଓପେକ ଦେଶ ( ପେଟ୍ରୋଲିୟମ ଉତ୍ପାଦନକାରୀ ଦେଶ ସମୂହ) ଓ ଋଷିଆ ମଧ୍ୟରେ ସହମତି ପରେ ଅଶୋଧିତ ତେଲ ପରେ ବୃଦ୍ଧି ପାଇଥିଲା । କିନ୍ତୁ ଗତ କିଛି ସପ୍ତାହ ହେଲା ତେଲ ଦର ପୁଣି ହ୍ରାସ ପାଇବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର