ଆଜିପୁଣି କମିଲା ତେଲଦର, ପେଟ୍ରୋଲ ୨୦ ପଇସା, ଡିଜେଲ ୧୯ ପଇସା ହ୍ରାସ

ନୂଆଦିଲ୍ଲୀ : ଆଜି ପୁଣି କମିଛି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୨୦ ପଇସା ଓ ଡିଜେଲ ୧୮-୧୯ ପଇସା କମିଛି । କିନ୍ତୁ ଅନ୍ତର୍ଜାତୀୟ ବଜାରରେ ଅତି ଦ୍ରୁତ ଗତିରେ ତେଲ ଦର କମୁଥିବାବେଳେ ଭାରତୀୟ ବଜାରରେ ତେଲ କମ୍ପାନିମାନେ ସେହି ଅନୁପାତରେ ଦର କମାଉ ନାହାନ୍ତି । ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ୬୬.୭୬ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୬୫.୬୦ ଡଲାରକୁ ହ୍ରାସ ପାଇଛି ।

ଆଜିର ଏହି ହ୍ରାସ ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୬.୭୧ ଓ ଡିଜେଲ ଦର ଲିଟର ପିଛା ଟ.୭୧.୫୬ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୫.୬୦ ଓ ଡିଜେଲ ଟ. ୭୬.୭୯ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ ।

ସମ୍ବନ୍ଧିତ ଖବର