ଆଜି ବି କମିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେତେ କମିଲା

ନୂଆଦିଲ୍ଲୀ : ଆଜି ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୩୨ ପଇସା ଓ ୪୦ ପଇସା ହ୍ରାସ ପାଇଛି । ଏହାକୁ ମିଶାଇଲେ ଗତ ତିନିଦିନରେ ପେଟ୍ରୋଲ ଦର ୧ ଟଙ୍କା ୧୫ ପଇସା ଓ ଡିଜେଲ ୧ ଟଙ୍କା ୨୯ ପଇସା କମିଛି । ଗତ କାଲି ପେଟ୍ରୋଲ ଲିଟର ପିଛା ୪୦ ପଇସା ଓ ଡିଜେଲ ୪୧ ପଇସା କମିଥିଲା ।

ଆଜିର ଏହି ହ୍ରାସ ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୫.୨୫ ଓ ଡିଜେଲ ଦର ଲିଟର ପିଛା ଟ.୭୦.୧୬ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ୍‌ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । କିନ୍ତୁ ଉଭୟ ପେଟ୍ରୋଲ ଦର ୭୫ ଟଙ୍କା ତଳକୁ ଖସିଆସିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୪.୧୬ ଓ ଡିଜେଲ ୭୫.୨୮ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଅନ୍ତର୍ଜାତୀୟ ବଜାରରେ ଆଜି ବ୍ରେଣ୍ଟ କ୍ରୁଡ ମୂଲ୍ୟ ୫୯.୦୪ ଡଲାରକୁ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର